ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଦିନିକିଆ ; ଭାରତର ବଡ ବ୍ୟାଟିଂ ବିପର୍ଯ୍ୟୟ, ୯୨ରନ୍‌ରେ ଟିମ୍ ଇଣ୍ଡିଆ ଅଲ୍‌ଆଉଟ୍

Published By : Prameya-News7 Bureau | January 31, 2019 IST

ହାମିଲଟନ୍ ୩୧|୧: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଦିନିକିଆ ହାମିଲଟନ୍ ରେ ଖେଳାଯାଉଛି । ୪ର୍ଥ ଦିନିକିଆରେ ଭାରତର ବଡ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୩୦.୫ ଓଭରରେ ୯୩ରନ୍ କରି ଅଲଆଉଟ୍ ହୋଇଯାଇଛନ୍ତି ଭାରତୀୟ ବ୍ୟାଟସମ୍ୟାନ୍। ନ୍ୟୁଜିଲାଣ୍ଡକୁ ୯୩ରନ୍ ର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ ।

୫ଟିକିଆ ଶୃଙ୍ଖଳାରେ ୩-୦ରେ ଆଗୁଆ ଥିବା ଟିମ୍ ଇଣ୍ଡିଆ ଆଜି କୋହଲିଙ୍କ ବିନା ପଡିଆକୁ ଓହ୍ଲାଇଥିଲା । ତେବେ ନ୍ୟୁଜିଲାଣ୍ଡ ବୋଲରଙ୍କ ଶାଣିତ ବୋଲିଂ ଆଗରେ ଭାରତର ବ୍ୟାଟିଂ ଦୁର୍ଗ ଭୁଶୁଡି ପଡିଛି । ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର ୨୧ରନ୍ ଥିବା ବେଳେ ୨୦ଟି ବଲ୍ ରୁ ୧୩ରନ୍ କରି ଶିଖର ଧୱନ ଆଉଟ୍ ହୋଇ ଯାଇଥିଲେ । ତାପରେ ଦଳୀୟ ସ୍କୋର ୨୩ରନ୍ ଥିବାବେଳେ ରୋହିତ ଶର୍ମା ୨୩ଟି ବଲ୍ ରୁ  ୭ରନ୍ କରି ଆଉଟ୍ ହୋଇଯାଇଥିଲେ । ଏହାପରେ ଅମ୍ବାତି ରାଇଡୁ ଏବଂ ଦିନେଶ କାର୍ତ୍ତିକ ଖାତା ନଖୋଲିପାରି ପାଭିଲିଅନ୍ ଫେରିଥିଲେ । ନିଜର ପଦାର୍ପଣ ମ୍ୟାଚ୍ ଖେଳୁଥିବା ଶୁଭମନ୍ ଗିଲ୍ ମଧ୍ୟ ଫେଲ୍ ମାରିଥିଲେ । ୨୦ଟି ବଲ୍ ରୁ ମାତ୍ର ୯ରନ୍ କରି ଗିଲ୍ ଆଉଟ୍ ହୋଇ ଯାଇଥିଲେ । ଏହାପରେ କେଦାର ଯାଦବ ୭ଟି ବଲ୍ ରୁ ୧, ଭୁବନେଶ୍ବର କୁମାର ୧୨ଟି ବଲ୍ ରୁ ୧ରନ୍ କରି ନିରାଶ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୦ଟି ବଲ୍ ରୁ ୧୬ରନ୍ କରି ଆଉଟ୍ ହୋଇ ଯାଇଥିଲେ । କୁଲଦୀପ ଯାଦବ ୩୩ଟି ବଲ୍ ରୁ ୧୫, କେ.ଖଲ୍ଲିଲ ଅହମ୍ମଦ ୫ଟି ବଲ୍ ରୁ ୫ରନ୍ କରି ଆଉଟ୍ ହୋଇଛନ୍ତି । ୟୁଜବେନ୍ଦ୍ର ଚହଲ ୩୭ଟି ବଲ୍ ଖେଳି ୧୮ରନ୍ ସଂଗ୍ରହ କରିଛନ୍ତି ।

 ନ୍ୟୁଜିଲାଣ୍ଡ ବୋଲର୍ ଟ୍ରେଣ୍ଟ ବୋଲ୍ଟ ଏବଂ କୋଲିନ୍ ଡେ ଗ୍ରାଣ୍ଡହୋମଙ୍କ ଘାତକ ବୋଲିଂରେ ଭାରତ ଘାଇଲା ହୋଇଯାଇଛି । ବୋଲ୍ଟ ସର୍ବାଧିକ ୫ଟି ଓ୍ବିକେଟ୍ ନେଇଥିବାବେଳେ ଗ୍ରାଣ୍ଡହୋମ୍ ୩ଟି ଓ୍ବିକେଟ୍ ନେଇଛନ୍ତି । ୫ଟିକିଆ ଶୃଙ୍ଖଳାରେ ୩-୦ରେ ଆଗୁଆ ରହିଛି ଭାରତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.