Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୭୮ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ : ରୋହୀତ ଓ ରାୟୁଡ଼ୁ କଲେ ଶତକ

29/10/2018 at 5:29 PM

ମୁମ୍ବାଇ ୨୯/୧୦: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ମୁମ୍ବାଇଠାରେ ଚାଲିଥିବା ଚତୁର୍ଥ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ଭାରତ ୩୭୮ ରନର ବିଶାଳ ଲକ୍ଷ୍ୟ ରଖିଛି। ୫ ଓ୍ବିକେଟ୍ ହରାଇ ଭାରତ ୩୭୭ରନ୍ କରିଛି। ଆଜି ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାପାଇଁ ମଇଦାନକୁ ଓହ୍ଲାଇଥିଲା। ରୋହୀତ ଶର୍ମା ଏବଂ ଶିଖର ଧାଓ୍ବନ ଭଲ ଓପନିଂ କରିଥିଲେ। ତେବେ ୪୦ଟି ବଲରେ ଦୁଇଟି ଛକା ଓ ୪ଟି ଚଉକା ସାହାଯ୍ୟରେ ୩୮ରନ୍ କରି ଧାଓ୍ବନ ଆଉଟ୍ ହୋଇଯାଇଥିଲେ। ସେହିଭଳି ପରବର୍ତ୍ତୀ ବ୍ୟାଟସମ୍ୟାନ ଭାବେ ରୋହୀତ ଶର୍ମାଙ୍କ ସାଥ୍ ଦେଇଥିଲେ ଅଧିନାୟକ ବିରାଟ କୋହଲି। ତେବେ କୋହଲିଙ୍କ ବ୍ୟାଟ୍ ଆଜି ଭଲ ଚାଲିନଥିଲା। ୧୭ଟି ବଲରେ ମାତ୍ର ୧୬ରନ୍ କରି କୋହଲି ପାଭିଲିୟନକୁ ଫେରିଥିଲେ। ରୋହୀତ ଶର୍ମା କିନ୍ତୁ ବେଶ୍ ଭଲ ପ୍ରଦର୍ଶନ କରିଥିଲେ। ତାଙ୍କୁ ଦୃଢ଼ ସହଯୋଗ ଦେଇଥିଲେ ଅମ୍ବାତି ରାୟୁଡ଼ୁ। ରୋହୀତ ଶର୍ମା ୧୩୭ଟି ବଲ୍ ଖେଳି ୪ଟି ଛକା ଏବଂ ୨୦ଟି ଚଉକା ସାହାଯ୍ୟରେ ୧୬୨ରନ୍ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ରେହୀତ ଶର୍ମା ଆଉଟ୍ ହେବା ପରେ ରାୟୁଡ଼ୁଙ୍କୁ ସାଥ୍ ଦେବା ପାଇଁ ମଇଦାନକୁ ଓହ୍ଲାଇଥିଲେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇତିମଧ୍ୟରେ ୮୧ଟି ବଲ୍ ଖେଳି ରାୟୁଡ଼ୁ ୪ଟି ଛକା ଏବଂ ୮ଟି ଚଉକା ସହାୟତାରେ ଦ୍ରୃତ ଶତକ ହାସଲ କରିଥିଲେ। ନିଜସ୍ବ ସ୍କୋର ଠିକ୍ ୧୦୦ହୋଇଥିବାବେଳେ ରାୟୁଡ଼ୁ ରନ୍ ଆଉଟ୍ ହୋଇଯାଇଥିଲେ। ଧୋନୀ ଆଜି ମଧ୍ୟ ଦଳକୁ ନିରାଶ କରିଛନ୍ତି। ଦ୍ରୃତ ରନ୍ ସଂଗ୍ରହ କରିବାପାଇଁ ଉଦ୍ୟମ କରି ଓ୍ବିକେଟ୍ ହରାଇଛନ୍ତି। ଧୋନୀ ୧୫ଟି ବଲ୍ ଖେଳି ୨ଟି ଚଉକା ସହାୟତାରେ ୨୩ରନ୍ ସଂଗ୍ରହ କରି ଆଉଟ୍ ହୋଇଯାଇଥିଲେ।

୫ଟିକିଆ ସିରିଜରେ ଅଦ୍ୟାବଧି ଖେଳ ସରିଥିବା ୩ଟି ମ୍ୟାଚରୁ ଭାରତ ଗୋଟିଏ ଜିତିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ମ୍ୟାଚ୍ ଜିତିଛି ଏବଂ ଗୋଟିଏ ଟାଇ ହୋଇଛି। ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜକୁ ଭାରତ ୮ଓ୍ବିକେଟରେ ପରାସ୍ତ କରିଥିଲା। ଦ୍ବିତୀୟ ଦିନିକିଆ ବିଶାଖାପାଟଣାରେ ଖେଳାଯାଇଥିଲା। ଏହି ମ୍ୟାଚରେ ଭାରତ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୨୨ରନର ବିଜୟ ଲକ୍ଷ୍ୟ ରଖିଥିଲା। କିନ୍ତୁ ୩୨୧ରନ୍ କରି ଓ୍ବେଷ୍ଟଇଣ୍ଡିଜ ଦଳ ମ୍ୟାଚର ଶେଷ ବଲରେ ଅଲଆଉଟ୍ ହୋଇଯାଇଥିଲା। ଫଳରେ ମ୍ୟାଚ୍ ଟାଇ ହୋଇଥିଲା। ପୁଣେଠାରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ଓ୍ବେଷ୍ଟଇଣ୍ଡିଜ ଭାରତକୁ ୪୩ରନରେ ପରାସ୍ତ କରିଥିଲା। ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚରେ ୯ଓ୍ବିକାଟ୍ ହରାଇ ୨୮୩ରନ୍ କରିଥିବାବେଳେ ଭାରତ ୪୭.୪ଓଭରରେ ମାତ୍ର ୨୪୦ରନ୍ କରି ଅଲ୍ ଆଉଟ ହୋଇଯାଇଥିଲା।

 

   Related Posts