Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ଭାରତରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୧୩ ହଜାର ୫୮୬ ନୂଆ ସଂକ୍ରମିତ ଚିହ୍ନଟ

19/06/2020 at 3:10 PM

ନୂଆଦିଲ୍ଲୀ ୧୯।୬:  ଭାରତରେ ଗୋଟିଏ ଦିନରେ କୋଭିଡ-୧୯ ସଂକ୍ରମଣର ସର୍ବାଧିକ ୧୩ହଜାର ୫୮୬ଟି ନୂଆ ମାମଲା ମିଳିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୮୦ ହଜାର ୫୩୨ରେପହଞ୍ଚିଥିବା ବେଳେ ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୩୩୬ ଜଣଙ୍କ ମୃତ୍ୟୁହୋଇଛି। ଫଳରେ ମୋଟ ମୃତକଙ୍କ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଛି।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଶୁକ୍ରବାର ପୂର୍ବାହ୍ନରେ ଜାରି କରିଥିବା ଏହି ତଥ୍ୟରେ ଆଶ୍ୱସ୍ତିର କଥା ହେଉଛି ୨ଲକ୍ଷ ୪ ହଜାର ୭୧୦ ଜଣ ସଂକ୍ରମଣ ମୁକ୍ତ ହୋଇଛନ୍ତି। ଏଣୁ ଦେଶରେ ଏବେ ୧ଲକ୍ଷ ୬୩ ହଜାର ୨୪୮ଟି କୋଭିଡ-୧୯ ଆକ୍ଟିଭ କେସ୍ ରହିଥିବା ମନ୍ତ୍ରାଳୟଙ୍କ ରିପୋର୍ଟରୁ ଜଣାପଡିଛି।

ଭାରତରେ ଗତ ୮ ଦିନ ହେଲା ଲଗାତାର ୧୦ ହଜାରରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ହେଉଛି। ଏଣୁ ୧ରୁ ୧୯ ଜୁନ ସୁଧା ଦେଶରେ ମୋଟ ୧ଲକ୍ଷ ୮୯ ହଜାର ୯୯୭ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏଥିରୁ ଦିଲ୍ଲୀ, ଗୁଜରାଟ, ତାମିଲନାଡୁ ଓ ମହାରାଷ୍ଟ୍ରରେ ସର୍ବାଧିକ ଲୋକେ ସଂକ୍ରମିତ ହେଉଥିବା ଜଣାପଡିଛି। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚଙ୍କ ଅନୁସାରେ ଜୁନ ୧୮ ତାରିଖ ସୁଦ୍ଧା୬୪ଲକ୍ଷ ୨୬ ହଜାର ୬୨୭ଜଣଙ୍କ ପରୀକ୍ଷଣ କରାଯାଇଥିବା ବେଳେ କେବଳ ଗୁରୁବାର ଦିନ ୧ଲକ୍ଷ ୭୬ ହଜାର ୯୫୯ ଜଣଙ୍କର ଯାଞ୍ଚ କରାଯାଇଥିଲା। 

ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ଦେଶରେ କରୋନା ସଂକ୍ରମିତ ୩୩୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ କେବଳ ମହାରାଷ୍ଟ୍ରରୁ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୬୫, ତାମିଲନାଡୁରେ ୪୯, ଗୁଜୁରାଟରେ ୩୧, ଉତ୍ତରପ୍ରଦେଶରେ ୩୦, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ୧୨ ଜଣ ଲେଖାଏ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଜମ୍ମୁ-କାଶ୍ମୀରରେ ୬, ପଞ୍ଜାବରେ ୫, ହରିୟାଣା ଓ ମଧ୍ୟପ୍ରଦେଶରେ ୪ ଜଣ, ତେଲେଙ୍ଗାନାରେ ୩, ଆନ୍ଧ୍ରପ୍ରଦେଶରେ ୨, ଆସାମ, ଝାରଖଣ୍ଡ ଓ କେରଳରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି।

   Related Posts