ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ, କିଓ୍ବି ଟିମ୍‌କୁ ୩୪୮ରନ୍‌ର ଟାର୍ଗେଟ ଦେଲା ମେନ୍‌ ଇନ୍‌ ବ୍ଲୁ

Published By : Prameya-News7 Bureau | February 05, 2020 IST

ହାମିଲଟନ ୫।୨: ବୁଧବାର ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏକଦିବସୀୟ ଅଭିଯାନ ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ହାମିଲଟନର ସେଡନ୍ ପାର୍କରେ ଖେଳାଯାଉଛି ।ଭାରତ ପ୍ରଥମେ ବ୍ୟାଟିଂ କରି ୫୦ଓଭରରେ ୪ଓ୍ବିକେଟ ହରାଇ ୩୪୭ରନ୍‌ କରିବାକୁ ସକ୍ଷମ ହୋଇଛି । ନ୍ୟୁଜିଲାଣ୍ଡକୁ ୩୪୮ରନ୍‌ର ଟାର୍ଗେଟ ଦେଇଛି ଟିମ୍‌ ଇଣ୍ଡିଆ ।  ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ୍ ।

ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଆହତ ହୋଇ ବାଦ୍ ପଡିବା ପରେ ଶୃଙ୍ଖଳାରେ ଭାରତ ନୂଆ ଯୋଡି ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ପାଳି ଆରମ୍ଭ କରିଥିଲେ । ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ଅଗ୍ରୱାଲ  ଓ  ପୃଥ୍ବୀ ସ’ ଭାରତ ପକ୍ଷରୁ ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ । ତେବେ ଉଭୟ ଓପନର ପୃଥ୍ବୀ (୨୦) ଓ ମୟଙ୍କ (୩୨) କରି ପାଭିଲିୟନକୁ ଫେରିଯାଇଥିଲେ । ଅଧିନାୟକ ବିରାଟ ନିଜର ଅର୍ଦ୍ଧଶତକୀୟ ପାରି ୫୧ରନ୍‌ କରି ସୋଢିଙ୍କ ଶୀକାର ହୋଇଥିଲେ । ପରେ କେଲ୍‌. ରାହୁଲ ଓ ଶ୍ରେୟସ ଆୟର ଉଚ୍ଚ ପ୍ରଦର୍ଶନ ଜାରି ରଖିଥିଲେ । ଶ୍ରେୟସ ଆୟର ୧୦୩ରନ୍‌ର ପାରି ଖେଳି ସାଉଦିଙ୍କ ଶୀକାର ହୋଇଥିଲେ । ତେବେ ମ୍ୟାଚ୍‌ର ପ୍ରଥମ ଇନିଂସ ଶେଷ ହେବା ବେଳକୁ ରାହୁଲ ୮୮ ଓ କେଦାର ଯାଦବ ୨୨ରନ୍‌ କରି ଅପରାଜିତ ରହିଥିଲେ । ଖେଳ ଶେଷ ସୁଦ୍ଧା ଭାରତ ୫୦ଓଭରରେ ୪ଓ୍ବିକେଟ୍ ହରାଇ ବୋର୍ଡରେ ୩୪୭ରନ୍‌ କରିଥିଲା । ସେପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସାଉଦୀ ସର୍ବାଧିକ ୨ଟି ଓ୍ବିକେଟ ନେଇଥିବା ବେଳେ ସୋଢି ଓ ଗ୍ରାଣ୍ଡହୋମ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.