Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ରାହୁଲଙ୍କ ଶତକ, ନ୍ୟୁଜିଲାଣ୍ଡକୁ ୨୯୭ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

11/02/2020 at 10:52 AM

ମାଉଣ୍ଟ ମାଓଁଗାନୁଇ ୧୧।୦୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟିକିଆ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ମଙ୍ଗଳବାର ଦିନ ମାଉଣ୍ଟ ମାଓଁଗାନୁଇ ସ୍ଥିତ ଷ୍ଟାଡିୟମ୍‌ରେ ଖେଳାଯାଉଛି। ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ ଦଳ । ପ୍ରଥମେ ବ୍ୟାଟିଂ କରି ସୀମିତ ୫୦ଓଭର ଖେଳି ୭ ଓ୍ବିକେଟ ହରାଇ ୨୯୬ରନ୍‌ କରିଛି ଭାରତ । ଭାରତ ପକ୍ଷରୁ କେ.ଏଲ୍‌ ରାହୁଲ୍ ସର୍ବାଧିକ ୧୧୨ରନ୍‌ କରିଛନ୍ତି ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ପୂର୍ବ ୨ଟି ମ୍ୟାଚ୍‌ ଭଳି ସିରିଜର ଅନ୍ତିମ ମ୍ୟାଚ୍‌ରେ ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା ଭାରତୀୟ ଟିମ୍‌ । ଦଳୀୟ ସ୍କୋର ୮ରନ୍ ହୋଇଥିବା ବେଳେ ଓପନର ମୟଙ୍କ ଅଗ୍ରଓ୍ବାଲ୍‌ ୧ରନ୍‌ କରି ପାଭିଲିୟନ କରି ଫେରିଯାଇଥିଲେ । ପରେ ପରେ ଅଧିନାୟକ ବିରାଟ ବ୍ୟକ୍ତିଗତ ୯ରନ୍‌ କରି ଫେରିଯାଇଥିଲେ ପାଭିଲିୟନ । ଦଳୀୟ ସ୍କୋର ୬୨ରନ୍‌ ହୋଇଥିବା ବେଳେ ଓପନର ପୃଥ୍ବୀ ସ ୪୦ ରନ୍‌ କରି ରନ୍‌ ଆଉଟ ହୋଇଯାଇଥିଲେ । ମଧ୍ୟକ୍ରମରେ ଶ୍ରେୟସ ଆୟର ଓ ଲୋକଶ ରାହୁଲଙ୍କ ମଧ୍ୟରେ ଶତକୀୟ ପାରି ଯୋଗୁଁ ଭାରତ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚିପାରିଛି । ତେବେ ମ୍ୟାଚ୍‌ ଶେଷବେଳେକୁ ମନୀଷ ପାଣ୍ଡେଙ୍କ ୪୨ରନ୍‌ ବଦଳରେ ଭାରତ ୫୦ଓଭର ଖେଳି ୨୯୬ରନ୍‌ କରିବାକୁ ସମର୍ଥ ହୋଇଛି । ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ହାମିସ୍ ବେନେଟ୍ ସର୍ବାଧିକ ୪ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜମି ନିସା ଓ ଜାମିସନ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି ।

   Related Posts