U-19 ବିଶ୍ବକପ୍ କ୍ରିକେଟ୍ ଫାଇନାଲ୍ : ବାଂଲାଦେଶକୁ ୧୭୮ରନ୍ର ଟାର୍ଗେଟ ଦେଲା ଭାରତ
9/02/2020 at 4:57 PM

ଦକ୍ଷିଣ ଆଫ୍ରିକା ୦୯।୦୨: ୧୯ ବର୍ଷରୁ କମ୍ ବିଶ୍ବକପ୍ କ୍ରିକେଟ୍ ଫାଇନାଲ୍ ମୁକାବିଲା ଜାରି ରହିଛି । ଫାଇନାଲରେ ଡିଫେଣ୍ଡି ଚାମ୍ପିଅନ୍ ଭାରତ ସହ ବାଂଲାଦେଶର ମୁକାବିଲା ଚାଲିଛି । ଟସ୍ ହାରି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୭.୨ଓଭର ଖେଳି ୧୭୭ରନ୍ କରିବାକୁ ସାମର୍ଥ ହୋଇଛି ଜୁନିୟର ଟିମ୍ । ତେବେ ବାଂଲାଦେଶକୁ ୧୭୮ରନ୍ର ଟାର୍ଗେଟ ଦେଇଛି ଭାରତୀୟ ୟଙ୍ଗ ଟିମ୍ । ଭାରତ ପକ୍ଷରୁ ଜୟସଓ୍ବାଲ ସର୍ବାଧିକ ୮୮ରନ୍ର ପାରି ଖେଳିଛନ୍ତି ।
ଦୁଇ ଏସୀୟ ଟିମ୍ ମଧ୍ୟରେ ଏଥର ମୁକାବିଲା ହେବ । ଫାଇନାଲ୍ ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ମଧ୍ୟ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତ ପକ୍ଷରୁ ଜୟଶ୍ବାଲ୍ ଓ ଦିବ୍ୟାଂଶ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲେ । ଭାରତ ପକ୍ଷରୁ ଜୟସଓ୍ବାଲ୍ ୮୮, ତିଲକ୍ ବର୍ମା ୩୮, ଜ୍ରୁଏଲ ୨୨ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ସେହିପରି ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ ୩ଟି ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଇସଲାମ୍ ଓ ସାକିବ ୨-୨ଲେଖାଏଁ ଓ୍ବିକେଟ ନେଇଛନ୍ତି । ଏବଂ ରକିବୁଲ ହୁସେଲ କେବଳ ଗୋଟିଏ ଓ୍ବିକେଟ ନେବାରେ ସକ୍ଷମ ହୋଇଛନ୍ତି ।
ପ୍ରଥମଥର ପାଇଁ ବାଂଲାଦେଶ ଫାଇନାଲକୁ ଯାଇଛି । ଭାରତୀୟ ଟିମ୍ କୁ ଏଥର ଫେଭରିଟ୍ ବୋଲି ଧରାଯାଉଛି । ପୂର୍ବରୁ ଭାରତ ୨୦୦୦, ୨୦୦୮, ୨୦୧୨ ଓ ୧୦୧୮ ରେ ୧୯ ବର୍ଷରୁ କମ୍ ବିଶ୍ବକପ୍ ଚାମ୍ପିଅନ୍ ହୋଇଛି । ସେମିଫାଇନାଲରେ ପାକିସ୍ତାନ ବିରୋଧରେ ଅପରାଜିତ ଶତକ ମାରିଥିବା ଭାରତର ଯଶସ୍ବୀ ଜୟସ୍ବାଲଙ୍କ ଉପରେ ଫ୍ୟାନଙ୍କ ନଜର ରହିଛି ।