୪୭ ଦେଶକୁ କୋଭିଡ୍‌ ଟିକା ପଠାଇଲା ଭାରତ, ଭାରତକୁ ବିଭିନ୍ନ ରାଷ୍ଟ୍ରର ପ୍ରଶଂସା

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ, ୦୪/୦୩: କୋଭିଡ୍‌ ଟିକା ପ୍ରଦାନରେ ଏବେ ଭାରତ ଉପରେ ବିଶ୍ୱର ନଜର ରହିଛି । କିଛିଦିନ ତଳେ ଭାରତ କିଛି ଦେଶଙ୍କୁ ଏହି କୋଭିଡ୍‌ ଟିକା ସପ୍ଲାଇ କରିଥିଲା । ପୁଣି ଏହି ଟିକାକୁ ଭାରତ ୪୭ଟି ଦେଶକୁ ସପ୍ଲାଇ କରାଯାଇଛି । ଏଥିରେ ପାଖାପାଖି ୪ କୋଟି ୬୪ ଲକ୍ଷ ୨୯ ହଜାର ଭାକ୍‌ସିନ୍‌ ଗୁରୁବାର ବିଭିନ୍ନ ଦେଶକୁ ପଠାଯାଇଥିବା ଜଣା ପଡ଼ିଛି । ଯାହାକି ବିଶ୍ୱରେ ଭରତକୁ ଏକ ସ୍ୱତନ୍ତ୍ର ପରଚୟ ଦେଇପାରିଛି ।

ପଠାଯାଇଥିବା ଏହି ଟିକା ମଧ୍ୟରୁ ୭୧.୨୫ ଲକ୍ଷ ଡୋଜ୍‌ ଟିକାକୁ ଉପହାର ସଦୃଶ ଦିଆଯାଇଛି ଏବଂ ୩୯୩.୦୪ ଲକ୍ଷ ବାଣିଜ୍ୟିକ ହିସାବରେ ଦିଆଯାଇଥିବା ସୂଚନା ମିଳିଛି । ଏହି ଦେଶମାନଙ୍କ ମଧ୍ୟରେ କିଛି ଉନ୍ନତ ଦେଶ ଥିବା ବେଳେ କିଛି ଅନୁନ୍ନତ ଦେଶ ରହିଛନ୍ତି । ଆଫ୍ରିକାଠାରୁ ଆରମ୍ଭ କରି କାରିବିଆନ୍‌ ପର୍ଯ୍ୟନ୍ତ ଏବଂ ଏସିଆନ୍‌ ସହିତ କିଛି ପଡ଼ୋଶୀ ରାଷ୍ଟ୍ରକୁ ଏହି ଟିକା ପଠାଯାଇଛି ।

ବୁଧବାର ଭାରତ ପ୍ରସ୍ତୁତ ଭ୍ୟାକ୍ସିନ୍‌ କାନାଡ଼ାରେ ପହଞ୍ଚିଛି । କାନାଡ଼ାକୁ ୫,୦୦,୦୦୦ ଡୋଜ୍‌ ଟିକା ପଠାଯାଇଥିବା ଜଣାପଡ଼ିଛି । ପୁନେ ସ୍ଥିତ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ୧.୫ ମିଲିୟନ୍‌ରୁ ଅଧିକ କୋଭିସିଲ୍ଡ ଭାକ୍‌ସିନ୍‌ ସପ୍ଲାଇ କରିଛି । ଏନେଇ ଅଜୟ ବାସାରିଆ କାନାଡ଼ାର ଟିକାକରଣରେ ଭାରତର ଏହି ଯୋଗଦାନକୁ ଗର୍ବର ବିଷୟ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି ।

ତେବେ ଏହି ଟିକା ପଠାଇଥିବାରୁ ଭାରତକୁ ବିଭିନ୍ନ ରାଷ୍ଟ୍ରର ମୁଖ୍ୟମାନେ ପ୍ରଶଂସା କରିବା ସହିତ ଏହି ସହଯୋଗିତାକୁ ଭୁଲିପାରିବେ ନାହିଁ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.