ଭାରତ ବ୍ରାଜିଲକୁ ପଠାଇଲା ‘ସଞ୍ଜିବନୀ ବୁଟି’, କୃତଜ୍ଞତା ଜଣାଇ ରାଷ୍ଟ୍ରପତି ବୋଲସୋନାରୋ ଟ୍ଵିଟ୍ କଲେ ହନୁମାନଙ୍କ ଫଟୋ
22/01/2021 at 11:07 PM

ରିଓ ଡି ଜେନେରିୟା ୨୨।୦୧: ଭାରତଠୁ କରୋନା ଭ୍ୟାକସିନର ୨୦ ଲକ୍ଷ ଡୋଜ୍ ମିଳିବା ପରେ ବ୍ରାଜିଲ ରାଷ୍ଟ୍ରପତି ଜେୟର ବୋଲସୋନାରୋ ଖୁସି ବ୍ୟକ୍ତ କରିଛନ୍ତି। ସେ ଭଗବାନ ହନୁମାନଙ୍କ ସଞ୍ଜିବନୀ ବୁଟି ନେଇ ଯାଉଥିବା ଫଟୋ ଟ୍ଵିଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତ ପ୍ରତି କୃତଜ୍ଞତା ଜଣାଇଛନ୍ତି। ଭାରତ ନିଜର ଅନେକ ମିତ୍ର ଏବଂ ପଡୋଶୀ ଦେଶକୁ କରୋନା ଭ୍ୟାକସିନ ଯୋଗାଇ ଦେଉଛି। ଏହା ପୂର୍ବରୁ ଅନେକ ଦେଶଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ହାଇଡ୍ରୋକ୍ଲୋରୋକୁଇନ ବଟିକା ମଧ୍ୟ ପଠାଇଥିଲା।
ବ୍ରାଜିଲ ରାଷ୍ଟ୍ରପତି ଲେଖିଛନ୍ତି ଯେ, ବୈଶ୍ଵିକ ବାଧାକୁ ଦୂର କରି ପ୍ରୟାସରେ ସାମିଲ ଏକ ମହାନ ଭାଗିଦାରୀଙ୍କ ପାଇ ବ୍ରାଜିଲ ସମ୍ମାନିତ ଅନୁଭବ କରୁଛି। ଭାରତ ବ୍ରାଜିଲକୁ ଭ୍ୟାକସିନ ଯୋଗାଇ ଆମର ସାହାଯ୍ୟ କରିଥିବାରୁ ଧନ୍ୟବାଦ। ସେ ହିନ୍ଦୀରେ ମଧ୍ୟ ଧନ୍ୟବାଦ ଲେଖି ଭାରତ ପ୍ରତି ନିଜର ଅକୁଣ୍ଠ ସମର୍ଥନ ଜଣାଇଛନ୍ତି।
– Namaskar, Primeiro Ministro @narendramodi
— Jair M. Bolsonaro (@jairbolsonaro) January 22, 2021
– O Brasil sente-se honrado em ter um grande parceiro para superar um obstáculo global. Obrigado por nos auxiliar com as exportações de vacinas da Índia para o Brasil.
– Dhanyavaad! धनयवाद pic.twitter.com/OalUTnB5p8
ଦୁନିଆର ଦେଶକୁ ସାହାଯ୍ୟ କରୁଛି ଭାରତ
ଭାରତ କରୋନା ଭାଇରସ୍ ମହାମାରୀର ମୁକାବିଲାରେ ନିଜର ପଡୋଶୀ ଦେଶ ସହିତ ମିତ୍ର ଦେଶକୁ ମଧ୍ୟ ଖୋଲା ହୃଦୟରେ ସହଯୋଗ କରୁଛି। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୨୨ ସୁଦ୍ଧା ଭାରତ ବିଭିନ୍ନ ଦେଶକୁ କୋଭିସିଲ୍ଡର ୧.୪୧୮ କୋଟି ଡୋଜ୍ ପହଞ୍ଚାଇଛି। ଏଥିରେ ଭୂଟାନ, ମାଳଦ୍ଵୀପ, ବାଂଲାଦେଶ, ନେପାଳ, ମିଆଁମାର ଓ ସେସେଲ୍ସ ସାମିଲ। ଏହା ବ୍ୟତୀତ ଭାରତ ବ୍ରାଜିଲ ଓ ମୋରକ୍କୋ ସହିତ ଦୁନିଆର ଅନେକ ଦେଶକୁ ଭ୍ୟାକସିନ୍ ଯୋଗାଇଛି