ପୁଣି ଆରମ୍ଭ ହେଲା କରୋନା ଟିକା ରପ୍ତାନୀ, ଏହି ୪ ଦେଶକୁ ଗଲା ୪୦ କୋଟି ଡୋଜ୍‌

Published By : Prameya-News7 Bureau | October 14, 2021 IST

ନୂଆଦିଲ୍ଲୀ ୧୪/୧୦: କରୋନାର ଦ୍ବିତୀୟ ଲହର ପରେ ବନ୍ଦ ଥିବା ଭ୍ୟାକ୍ସିନ୍‌ ରପ୍ତାନୀ ପୁଣି ଥରେ ଆରମ୍ଭ ହୋଇଛି।  ଏହି କ୍ରମରେ ବାଂଲାଦେଶ, ନେପାଳ, ମ୍ୟାନମାର ଏବଂ ଇରାନକୁ ୧୦ କୋଟି ଲେଖାଏଁ ଡୋଜ୍‌ ଦିଆଯାଇଛିv। ଏନେଇ ଏଏନଆଇ ସୂତ୍ରରୁ ସୂଚନା ମିଳିଛି। ପ୍ରକୃତରେ ଭାରତରେ ପ୍ରସ୍ତୁତ ଟିକାର ଚାହିଦା ପଡ଼ୋଶୀ ଦେଶଗୁଡ଼ିକରେ ଅଧିକ।

ଅନେକ ଦେଶ ଭାରତରୁ ଟିକା ଆମାଦାନୀ ପୁଣି ଥରେ ଆରମ୍ଭ ହେଉ ବୋଲି ଅପିଲ୍‌ ମଧ୍ୟ କରିଥିଲେ ।  ଭାରତ ପକ୍ଷରୁ ଚଳିତବର୍ଷ ଏପ୍ରିଲ ମାସରେ ଟିକା ରପ୍ତାନୀ ଉପରେ ରୋକ ଲଗାଇ ଦିଆଯାଇଥିଲା।  ଦେଶ ଦୀର୍ଘ ଦିନ କରୋନା ମହାମାରୀର ଦ୍ବିତୀୟ ଲହର ସହ ଲଢ଼େଇ କରିବା ସହ  ଟିକାରକଣ ଉପରେ ଜୋର ଦିଆଯାଇଥିଲା। ଭାରତ ଟିକା ରପ୍ତାନୀ ବନ୍ଦ କରିବା ପରେ ଏହାର ଫାଇଦା ନେଇଥିଲା ଚୀନ। କିନ୍ତୁ ଚୀନ ଟିକାର ପ୍ରଭାବ ଉପରେ ପ୍ରଶ୍ନ ଉଠିଥିଲା।

ଭାରତୀୟ ଟିକା ତୁଳନାରେ ଚାଇନା ଟିକା ପ୍ରଭାବହୀନ ବୋଲି ଅନେକ ଦେଶ ଅଭିଯୋଗ କରିବା ସହ ଚୀନ ସହିତ ଡିଲ ମଧ୍ୟ ବାତିଲ କରିଦେଇଥିବା ଜଣାପଡ଼ିଥିଲା। ଏଏନଆଇର ଖବର ଅନୁସାରେ ଏବେ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ମେକ୍‌ ଇନ ଇଣ୍ଡିଆ ଭ୍ୟାକସିନ୍‌ର ଡିମାଣ୍ଡ ବହୁ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.