ଟାର୍ଗେଟ୍‌ରେ ଚୀନ: ମାଲବାର ନୌ-ସମରାଭ୍ୟାସରେ ଭାରତ-ଜାପାନ-ଆମେରିକା ସହ ସାମିଲ ହେବ ଅଷ୍ଟ୍ରେଲିଆ

Published By : Prameya-News7 Bureau | October 19, 2020 IST

ନୂଆଦିଲ୍ଲୀ ୧୯।୧୦: ପୂର୍ବ ଲଦାଖରେ ଚୀନ ସହିତ ଜାରି ଉତ୍ତେଜନା ମଧ୍ୟରେ ନରେନ୍ଦ୍ର ମୋଦୀ ସରକାର ଆଗାମୀ ମାସରେ ହେବାକୁ ଥିବା ବାର୍ଷିକ ମାଲବାର ନୌସମରଭ୍ୟାସ‌ ପାଇଁ ଅଷ୍ଟ୍ରେଲିଆକୁ ଆମନ୍ତ୍ରିତ କରିଛନ୍ତି। ଆମେରିକା ଓ ଜାପାନ ସହିତ ତ୍ରିପକ୍ଷୀୟ ମାଲାବାର ସମରାଭ୍ୟାସ୍‌ରେ ଯୋଗ ଦେବାକୁ ଅଷ୍ଟ୍ରେଲିଆକୁ ଆମନ୍ତ୍ରିତ କରିବା କ୍ଵାଡକୁ ଆହୁରି ମଜବୁତ ମିଳିବ। ଭାରତର ଏହି ପଦକ୍ଷେପରେ ଚୀନର ଚିନ୍ତା ବଢିବ। ପ୍ରଥମ ଥର କ୍ଵାଡର ସମସ୍ତ ସଦସ୍ୟ ଦେଶ ଏକ ସଙ୍ଗେ କୌଣସି ଏକ ସମରାଭ୍ୟାସରେ ସାମିଲ  ହେବାକୁ ଯାଉଛନ୍ତି।

ଏହି ସମରାଭ୍ୟାସ ଏମିତି ସମୟରେ ହେବାକୁ ଯାଉଛି ଯେବେ ଭାରତ ଓ ଚୀନ ମଧ୍ୟରେ ସୀମାରେ ଉତ୍ତେଜନା ଚରମରେ ରହିଛି। ମାଲବାର ସୈନ୍ୟ ଅଭ୍ୟାସ ଜରିଆରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ନୌସୈନିକ ବର୍ଷର ଶେଷ ଆଡକୁ ବଙ୍ଗୋପସାଗରେ ଏକ ସଙ୍ଗେ ଯୁଦ୍ଧାଭ୍ୟାସ କରିବେ। ସୂଚନା ଅନୁଯାୟୀ ମାଲାବାର ଅଭ୍ୟାସ ଦୁଇଟି ପର୍ଯ୍ୟାୟରେ  ହେବ। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୩ ରୁ ୬ ଏବଂ ଦ୍ଵିତୀୟ ୧୭ ରୁ ୨୦ ମଧ୍ୟରେ  ହେବ। ଚାରି ଦେଶର ଉଦ୍ଦେଶ୍ୟ ପ୍ରଶାନ୍ତ ମହାସାଗରରେ ମୁକ୍ତ ଏବଂ ଅବାଧ ବାଣିଜ୍ୟ ବ୍ୟବସାୟ ହେଉ।

{"id":347369,"sizeSlug":"large"}

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ ଭାରତ ସମୁଦ୍ରୀ କ୍ଷେତ୍ରରେ ଅନ୍ୟ ଦେଶ ସହିତ ସହଯୋଗ ବୃଦ୍ଧି କରିବାକୁ ଚାହୁଁଛି। ଅଷ୍ଟ୍ରେଲିଆ ସହଯୋଗରେ ୨୦୨୦ ମାଲାବାର କ୍ଵାଡ ଆହୁରି ମଜବୁତ ହେବ। ଏଥର ସମରାଭ୍ୟାସ୍‌କୁ ନନ୍ କଣ୍ଟାକ୍ଟ ଆକ୍ଟ ସି ଫର୍ମାଟରେ ପ୍ରସ୍ତୁତ କରାଯାଇଛି। ଅଭ୍ୟାସ୍‌ରେ ସାମିଲ ଦେଶର  ନୌସେନା ମଧ୍ୟରେ ସହଯୋଗ ଓ ସମନ୍ଵୟ ମଜବୁତ ହେବ।

ଭାରତ, ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ଅଭ୍ୟାସ୍ କ୍ଵାଡ୍‌ ବୈଦେଶିକ ମନ୍ତ୍ରୀଙ୍କ  ବୈଠକ ପରେ ହେବାକୁ ଯାଉଛି। ଅକ୍ଟୋବର ୬ରେ ଟୋକିଓରେ ଚାରି ଦେଶର  ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.