Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ପାକିସ୍ତାନ ବିରୋଧରେ ଭାରତ ସରକାରଙ୍କ ବଡ ପଦକ୍ଷେପ : ଜବତ କଲେ ୧୧୫୦ କୋଟି ଟଙ୍କାର ସମ୍ପତ୍ତି

5/04/2019 at 5:57 PM

ନୂଆଦିଲ୍ଲୀ ୫/୪ : ଭାରତ ସରକାର ପାକିସ୍ତାନର କୋଟିଏ ଟଙ୍କାର ସମ୍ପତ୍ତି ଜବତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ସରକାର ପାକିସ୍ତାନ ନାଗରିକ ଆଇଟି କମ୍ପାନୀ ୱିପ୍ରୋରେ ସେୟାର ମାଧ୍ୟମରେ ବିନିଯୋଗ କରିଥିବା ପାଖାପାଖି ୧୧୫୦ କୋଟି ଟଙ୍କା ଏଲଆଇସି ଏବଂ ଅନ୍ୟ ୨ ବୀମା କମ୍ପାନୀକୁ ବିକ୍ରି କରିଦେଇଛନ୍ତି | ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚନା ଅନୁଯାୟୀ, କଷ୍ଟଡିଆନ ଅଫ ଏନେମି ପ୍ରପର୍ଟି ଫର ଇଣ୍ଡିଆ ଆକ୍ଟ ଅନ୍ତର୍ଗତ ଏହି ସମ୍ପତ୍ତି ଜବତ କରି ବିକ୍ରି କରିଦିଆଯାଇଛି | ଏହି ଆକ୍ଟ ଅନୁଯାୟୀ, ସରକାର ଶତ୍ରୁଙ୍କ ସମ୍ପତ୍ତିକୁ ନିଜ କବଜାକୁ ନେଇପାରିବେ |


ୱିପ୍ରୋ କମ୍ପାନୀରେ ୪.୪୩ କୋଟି ସେୟାର ପାକିସ୍ତାନୀ ନାଗରିକଙ୍କ ଥିଲା | ପ୍ରତି ସେୟାରକୁ ୨୫୮.୯୦ ଟଙ୍କା ଦରରେ ବିକ୍ରି କରାଯାଇଛି | ଏହି ସେୟାରକୁ ଏଲଆଇସି ଛଡା ଜେନେରାଲ ଇନ୍ସୁରାନ୍ସ ଏବଂ ନିଉ ଇଣ୍ଡିଆ ଇନ୍ସୁରାନ୍ସ କିଣିଛି | ଶତ୍ରୁର ସେୟାରକୁ ବିକ୍ରି କରି ଜମା ହୋଇଥିବା ରାଶି ସରକାରଙ୍କ ଖାତାକୁ ଯିବ |


ସୂଚନାଯୋଗ୍ୟ ଯେ, ଏହି ସେୟାରକୁ ଏନେମି ପ୍ରପର୍ଟି ଆକ୍ଟ, ୧୯୬୮ ଅନୁଯାୟୀ, ଜବତ କରାଯାଇଥିଲା | ରିପୋର୍ଟ ଅନୁଯାୟୀ, ସରକାରଙ୍କ କବଜାରେ ପାଖାପାଖି ୩୦୦୦ କୋଟି ଟଙ୍କାର ସେୟାର ଏବଂ ୧ ଲକ୍ଷ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଅଛି |


ସେୟାର ଛଡା ମଧ୍ୟ କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଭାରତ ସରକାର ଜବତ କରିଛନ୍ତି | ଦେଶ ବିଭାଜନ ବେଳେ ଯେଉଁମାନେ ଦେଶ ଛାଡି ପାକିସ୍ତାନ ଏବଂ ଅନ୍ୟ ଦେଶକୁ ଚାଲିଯାଇଥିଲେ ତାଙ୍କ ସମ୍ପତ୍ତି ମଧ୍ୟ ଏହି ଆକ୍ଟ ଜରିଆରେ ଜବତ କରାଯାଇଛି | କେବଳ ଭାରତ ସମ୍ପତ୍ତି ଜବତ କରିନଥିଲା | ଯେଉଁମାନେ ପାକିସ୍ତାନ ଛାଡି ଭାରତକୁ ଚାଲି ଆସିଥିଲେ ସେମାନଙ୍କ ସମ୍ପତ୍ତି ମଧ୍ୟ ପାକିସ୍ତାନ ସରକାର ଜବତ କରିଥିଲା | କଷ୍ଟଡିଆନ ଅଫ ଏନେମି ପ୍ରପର୍ଟି ଅନୁଯାୟୀ, ଭାରତ ସରକାରଙ୍କ ପାଖରେ ପାକିସ୍ତାନ ନାଗରିକଙ୍କ ସମୁଦାୟ ୬.୫ କୋଟି ସେୟାର ରହିଛି | ଏହି ସେୟାର ୯୯୬ କମ୍ପାନୀର |

   Related Posts