କରୋନା ପାଇଁ କରୁଣା: ଯେଉଁମାନେ ଯନ୍ତ୍ରଣା ଦେଲେ ସେହି ଦେଶକୁ ଔଷଧ ଯୋଗାଉଛି ଭାରତ

Published By : Prameya-News7 Bureau | April 15, 2020 IST

ନୂଆଦିଲ୍ଲୀ ୧୫।୦୪: ଏକ ପ୍ରଚଳିତ ସାଏରି ରହିଛି, ‘ଦୁସ୍ମନି ଜମ କର କରୋ ଲେକିନ୍ ଗୁଞ୍ଜାଇସ୍ ରହେ, ଜବ କଭି ହମ ଦୋସ୍ତ ହୋ ଜାଏଁ ତୋ ସର୍ମିନ୍ଦା ନା  ହୋ’। ଏହି ସାଏରି ଭାରତ ଏବଂ ସେହି ଦେଶଗୁଡିକ ପାଇଁ ପ୍ରଯୁଜ୍ୟ ଯେଉଁମାନେ କିଛି ଦିନ ପୂର୍ବେ ଭାରତର ବିରୋଧ କରିଥିଲେ। କାରଣ ଏବେ ସାରା ଦୁନିଆ କରୋନା ମହାମାରୀ ବିରୋଧରେ ସଂଘର୍ଷ କରୁଛି। ଭାରତ ପାଖରେ କରୋନା ଭାଇରସ୍‌ ଲଢେଇରେ ଗେମଚେଞ୍ଜର କୁହାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ତିଆରି କରିବାର ସବୁଠୁ ଅଧିକ କ୍ଷମତା ରହିଛି।

ଭାରତ ଏବେ ଅନେକ ଦେଶର ଅନୁରୋଧ କ୍ରମେ ସେମାନଙ୍କୁ ଏହି ଘଡିସନ୍ଧି ସମୟରେ ମାନବିକତା ଦୃଷ୍ଟିରୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଯୋଗାଇ ଦେଉଛି। ଏବେ ସେହି ଦେଶ ସୂଚୀରେ ସାମିଲ ହୋଇ ଯାଇଛି ମାଲେସିଆର ନାମ। ଏ ହେଉଛି ସେହି ଦେଶ ଯିଏ ନାଗରିକତା ସଂଶୋଧନ ଆଇନ(CAA) ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ପ୍ରବଳ ବିରୋଧ କରୁଥିଲା। ଏବେ କୋଭିଡ୍-୧୯ ଲଢେଇରେ ମାଲେସିଆକୁ ଭାରତ ଆଗରେ ହାତ ପାତିବାକୁ ପଡିଛି। ଯନ୍ତ୍ରଣା ଦେଉଥିବା ଦେଶକୁ ଔଷଧ ଦେବାକୁ ନିଷ୍ପତ୍ତି ନେଇ ବଡ ପଣିଆ ଦେଖାଇଛି ଭାରତ।

ଜାକିର ନାଇକ୍‌କୁ ଦେବାକୁ ମନା କରିଥିଲା ଏହି ଦେଶ

ମାଲେସିଆ ଭାରତରେ ଆତଙ୍କକୁ ପ୍ରୋତ୍ସାହନ ଦେଉଥିବା ଆରୋପି ଜାକିର ନାଇକ୍‌ର ପ୍ରତ୍ୟର୍ପଣକୁ ମନା କରି ଦେଇଥିଲା। ଜାତୀୟ ତନ୍ତକାରୀ ଏଜେନ୍ସି(NIA)କୁ ଆଣ୍ଟି ଟେରର କେସ୍ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ମନି ଲଣ୍ଡ୍ରି ସମ୍ବନ୍ଧିତ ମାମଲାରେ ନାଇକର ସନ୍ଧାନ ରହିଛି। ନାଇକ ଗତ ୪ ବର୍ଷ ହେବ ମାଲେସିଆରେ ରହୁଛି। ସେଠାକାର ବୈଦେଶିକ ମନ୍ତ୍ରୀ ଭାରତର ସମସ୍ତ ଚାପ ପରେ ବି ନାଇକ୍‌ର ପ୍ରତ୍ୟର୍ପଣକୁ ଖାରଜ କରି ଦେଇଥିଲା।

{"id":254757,"sizeSlug":"large"}

ଗତ ବର୍ଷ ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟାଇଥିଲା। ଅନେକ ଦେଶ ଭାରତର ଏହି ପଦକ୍ଷେପକୁ ବିରୋଧ କରିଥିଲେ। ୟୁନାଇଟେଡ୍ କିଙ୍ଗଡମ ମଧ୍ୟ ଏହି ଦେଶ ମଧ୍ୟରେ ଥିଲା। ଭାରତ ସ୍ପଷ୍ଟ କରିଥିଲା ଯେ, ଏହା ହେଉଛି ଆମର ଆଭ୍ୟନ୍ତରୀଣ ବ୍ୟାପାର। ଚୀନ, ଇରାନ, ମାଲେସିଆ, ତୁର୍କି ପରି ଦେଶ ଖୋଲାଖୋଲି ଏହି ପଦକ୍ଷେପକୁ ବିରୋଧ କରିଥିଲେ। ସିଏଏ ବିରୋଧକାରୀ ଦେଶ ମଧ୍ୟରେ ମାଲେସିଆ, ତୁର୍କୀ, ବାଂଲାଦେଶ ପରି ଦେଶ ସାମିଲ ଥିଲେ। ବ୍ରିଟେନ୍, ଆମେରିକା, ଜର୍ମାନୀ ପରି ଦେଶରେ ପ୍ରଦର୍ଶନ ହୋଇଥିଲା। ଉପସାଗରୀୟ ଦେଶଗୁଡିକରେ ଏହାକୁ ଖୋଲାଖୋଲି ବିରୋଧ କରିନଥିଲେ ବି ଚାପା ସ୍ଵରରେ ଏହି ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ସବୁ ଦେଶକୁ ଏବେ ଔଷଧ ଯୋଗାଉଛି ଭାରତ

ଆମେରିକା, ୟୁନାଇଟେଡ୍ କିଙ୍ଗଡମ, ସ୍ପେନ, ଜର୍ମାନୀ, ରୁଷ, ୟୁଏଇ, ଜୋର୍ଡାନ, ୟୁଗାଣ୍ଡା, କୁଏତ, ମାଲେସିଆ।

ହାଇଡ୍ରୋକ୍ସିକ୍ଲୋରୋକୁଇନ  ବଦଳରେ ଭାରତ ମାଗିଲା ଏହି ଜିନିଷ

ଭାରତ HCQ  ବ୍ୟତୀତ ପାରାସିଟାମଲ ମଧ୍ୟ ଏହି ସବୁ ଦେଶକୁ ରପ୍ତାନୀ କରୁଛି। ଗୋଟିଏ ପଟେ ଭାରତ ଔଷଧ ରପ୍ତାନୀ କରି ଅନ୍ୟ ଦେଶକୁ ସାହାଯ୍ୟ କରୁଥିବା ବେଳେ ପ୍ରତି ବଦଳରେ କିଛି ଜିନିଷ ମଧ୍ୟ ମାଗିଛି। ସେ  ହେଉଛି ଏନ-୯୫ ମାସ୍କ, ଭେଣ୍ଟିଲେଟର୍ସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(PPE)। ଆମେରିକା, ବ୍ରିଟେନ୍, ଆୟରଲାଣ୍ଡ, ଦକ୍ଷିଣ କୋରିଆ, ଜାପାନ, ଚୀନ, ଜର୍ମାନୀ, ସିଙ୍ଗାପୁରରୁ ଏହି ସବୁ ମେଡିକାଲ ଉପକରଣ ଦେଶକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.