Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

କରୋନା ଟିକାକରଣକୁ ନେଇ ମୋଦୀ ସରକାରଙ୍କ ବଡ଼ ପଦକ୍ଷେପ, ଭାରତରେ ଟ୍ରାଏଲ୍‌ ବିନା ବିଦେଶୀ ଭ୍ୟାକସିନକୁ ମିଳିବ ମଞ୍ଜୁରୀ

27/05/2021 at 4:25 PM

ନୂଆଦିଲ୍ଲୀ ୨୭/୫: କରୋନା ଭୂତାଣୁର ଦ୍ବିତୀୟ ଲହର ମଧ୍ୟରେ ଟିକାକରଣକୁ କ୍ଷିପ୍ର କରିବା ପାଇଁ ଭାରତ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଦେଶରେ ନିର୍ମିତ ଆଣ୍ଟି କୋଭିଡ୍‌ ଭ୍ୟାକସିନ୍‌କୁ ବିନା ଟ୍ରାଏଲରେ ଭାରତରେ ମଞ୍ଜୁରୀ ଦେବେ ସରକାର । ମଞ୍ଜୁରୀ ପୂର୍ବରୁ ବିଦେଶୀ ଟିକାର ଟ୍ରାଏଲ ନୀତିକୁ ସରକାର ସମାପ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିରେ ଟିକା ଆମଦାନୀକୁ ବଳ ମିଳିବ।

ଦ୍ବିତୀୟ ଲହର ଧିରେଧିରେ କମୁଥିବା ବେଳେ ଦେଶରେ ଏବେ ମଧ୍ୟ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି ସମୟରେ ସରକାରଙ୍କ ନିଷ୍ପତ୍ତି ଟିକକରଣ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। ଭାରତରେ ଏବେ ଆଷ୍ଟ୍ରାଜେନିକା ଏବଂ ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକସିନ୍‌ ସମେତ ଭାରତରେ  ନିର୍ମିତ କୋଭିସିଲ୍ଡ ଏବଂ କୋଭାକ୍ସିନକୁ ଟିକାକରଣରେ ବ୍ୟବହାର କରାଯାଉଛି। ଋଷ ଟିକା ସ୍ପୁଟନିକ-ଭିକୁ ବି ସରକାର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି। ଏବେ ସ୍ପୁଟନିକ-ଭି ଟିକା ଭାରତରେ ପହଞ୍ଚୁଥିବା ବେଳେ ଆଗାମୀ ଦିନରେ ଟିକା ଭାରତରେ ପ୍ରସ୍ତୁତ ହେବ ।

ଖୁବଶୀଘ୍ର ଟିକା ଆମଦାନୀ ପାଇଁ ଫାଇଜର ସହ ଆଲୋଚନା ଚାଲିଛି। ଏହା ବ୍ୟତୀତ ଜନସନ ଆଣ୍ଡ ଜନସନ ଏବଂ ମଡର୍ଣ୍ଣା ସହ ମଧ୍ୟ ଚର୍ଚ୍ଚା ଚାଲିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ଦେଶରୁ ଆମଦାନୀ ହେବାକୁ ଥିବା ଭଲ ଟିକାକୁ ଦେଶରେ ଟ୍ରାଏଲ୍‌ର ଅନିବର୍ଯ୍ୟତାକୁ କୋହଳ କରାଯାଇଛି ଏବଂ ନୀତିରେ ପରିବର୍ତ୍ତନ କରାଯାଇଥିବା ନେଇ ସରକାର କହିଛନ୍ତି। ଅନ୍ତର୍ଜାତୀୟ ଟିକା ନିର୍ମାତାଙ୍କୁ ଭାରତରେ ଉତ୍ପାଦନ ପାଇଁ ସରକାର ଆହ୍ବାନ କରିଛନ୍ତି। କିନ୍ତୁ ଏବେ ଯାଏ ସେମିତି କିଛି ସୂଚନା ମିଳିନଥିବା ଜଣାପଡ଼ିଛି । ଦେଶରେ ଏବେ ସୁଦ୍ଧା ୨୦ କୋଟିରୁ ଅଧିକ ଟିକାର ଡୋଜ୍‌ ଦିଆସରିଛି। ଆମେରିକା ପରେ ଭାରତ କେବଳ ୧୩୦ ଦିନରେ ଏହି ଲକ୍ଷ୍ୟ ହାସଲ କରିଛି।

   Related Posts