Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

‘କର ବା ମର’ ସ୍ଥିତିରେ ବିରାଟ ବାହିନୀ : ସନ୍ଧ୍ୟାରେ ସ୍ପଟଲ୍ୟାଣ୍ଡକୁ ଭେଟିବ ଟିମ୍ ଇଣ୍ଡିଆ, ଦରକାର ବଡ ବିଜୟ

5/11/2021 at 9:35 AM

ଆବୁଧାବି, ୦୫/୧୧: କର ବା ମର ସ୍ଥିତିରେ ଟିମ୍ ଇଣ୍ଡିଆ । ପାକିସ୍ତାନ ଓ ନ୍ୟୁଜିଲାଣ୍ଡରୁ ହାରିବା ପରେ ଦଳର ସେମିଫାଇନାଲ ଆଶା ଧୂଳିସାତ ହୋଇଛି । କେବଳ ଶେଷ ଭରସା ରହିଛି ଦୁର୍ବଳ ଦଳକୁ ପରାସ୍ତ କରିବା । ଆଫଗାନିସ୍ତାନକୁ ବଡ ବ୍ୟବଧାନରେ ହରାଇଛି ଭାରତ । ତେବେ ଶୁକ୍ରବାର ଦଳ ସ୍କଟଲ୍ୟାଣ୍ଡକୁ ଭେଟିବ । ବଡ ବ୍ୟବଧାନରେ ପରାସ୍ତ କରି ରନ୍ ରେଟରେ ସୁଧାର ଆଣିବାକୁ ଚେଷ୍ଟା କରିବ ।

ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠୁ ହାରିବା ପରେ ଆଫଗାନିସ୍ତାନ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିଲା ଭାରତ । ରୋହିତ ଶର୍ମା, କେଏଳ ରାହୁଲ, ଋଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତେ କରିଥିଲେ ଜବରଦସ୍ତ ବ୍ୟାଟିଂ । ୨୦୦ ଉପରେ ହୋଇଥିଲା ସ୍କୋର । ମ୍ୟାଚ୍ ମଧ୍ୟ ଜିତିଥିଲା ଭାରତ । ଜିତିବା ପରେ ଦଳର ଆତ୍ମବିଶ୍ୱାସ ପୁଣି ଫେରିଛି । ଏହି ଧାରାକୁ ସ୍କଟଲ୍ୟାଣ୍ଡ ବିପକ୍ଷରେ ବଜାୟ ରହିବାକୁ ବିରାଟ ବାହିନୀ ଚାହିଁବ ।

ଦଳକୁ ଆଜିର ମ୍ୟାଚ୍ ବଡ ବ୍ୟବହାନରେ ଜିତିବାକୁ ହେବ । ଅନଭିଜ୍ଞ ଦଳ ସ୍କଟଲ୍ୟାଣ୍ଡ ଯୋଗ୍ୟତା ପର୍ଯ୍ୟାୟରେ ବଡ ବିପର୍ଯ୍ୟୟ ଘଟାଇ ସାରିଛି । ଦଳ ବାଂଲାଦେଶକୁ ପରାସ୍ତ କରିଛି । ତେଣୁ ସ୍କଟଲ୍ୟାଣ୍ଡ ଖେଳାଳିଙ୍କୁ ଦୁର୍ବଳ ଭାବିବା ଭୁଲ କରିବନି ଭାରତ ।

ଭାରତୀୟ ଦଳରେ ସେତେଟା ପରିବର୍ତ୍ତନ ହେବ ନାହିଁ ବୋଲି ଅନୁମାନ କରାଯାଉଛି । ଆଫଗାନିସ୍ତାନ ବିପକ୍ଷ ଟିମକୁ ମ୍ୟାଚକୁ ବିରାଟ କୋହଲି ଓହ୍ୱାଇପାରନ୍ତି । ଦଳ ଗତ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା । ଅଦଳବଦଳ କରି ରିସ୍କ ନେବାକୁ ବିରାଟ ଚାହୁଁନାହାଁନ୍ତି ।  

   Related Posts