ଭାରତ-ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ : ଅଷ୍ଟ୍ରେଲିଆକୁ ୩୪୧ରନ୍‌ର ଟାର୍ଗେଟ ଦେଲା ଭାରତ

Published By : Prameya-News7 Bureau | January 17, 2020 IST

ରାଜକୋଟ ୧୭।୧: ରାଜକୋଟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩୪୧ରନ୍‌ର ଟାର୍ଗେଟ ଦେଲା ଭାରତ । ଦ୍ବିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୫୦ ଓଭର ଖେଳି ୬ଟି ଓ୍ବିକେଟ ହରାଇ ୩୪୦ରନ କରିଛି । ଟସ୍ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ଅଷ୍ଟ୍ରେଲିଆ । ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ଓ ଶିକ୍ଷର ଧାଓ୍ବନ ଭଲ ଆରମ୍ଭ କରିଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୪୨, ଶିଖର ଧାଓ୍ବନ ୯୬, ଅଧିନାୟକ ବିରାଟ କୋହଲି ୭୮, ଲୋକେଶ ରାହୁଲ ବିସ୍ଫୋରକ ୮୦ ଓ ରବିନ୍ଦ୍ର ଜାଡେଜାଙ୍କ ୨୦ ସାହାର୍ଯରେ ଭାରତ ସୀମିତ ଓଭରରେ ୩୪୦ରନ କରିଥିଲା । ତେବେ ଭାରତ ପକ୍ଷରୁ ମନୀଷ ପାଣ୍ଡେ ଓ ଶ୍ରେୟସ ଆୟର ଯଥାକ୍ରମେ ୨,୭ ରନ୍‌ କରିଥିଲେ । ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଆଡମ୍‌ ଜାମ୍ପ ସର୍ବାଧିକ ୩ଟି ଓ୍ବିକେଟ ଅକ୍ତିଆର କରିବା ସହ କେନ ରିଚର୍ଡସନ ୨ଟି ଓ୍ବିକେଟ ନେଇଛନ୍ତି । ଭାରତ ପାଇଁ ଆଜିର ମ୍ୟାଚ୍ କର ବା ମର ପରିସ୍ଥିତିରେ ପକାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.