ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍ : ୱେଷ୍ଟଇଣ୍ଡିଜ୍ ଆଗରେ ୨୮୮ରନ୍ର ବିଜୟ ଲକ୍ଷ୍ୟ
15/12/2019 at 5:23 PM

ଚେନ୍ନାଇ୧୫।୧୨: ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିବାରାତ୍ର ଦିନିକିଆ ମ୍ୟାଚ୍ । ପ୍ରଥମ ଦିନିକିଆ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା, ତେବେ ଭାରତ ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ୍ ସମ୍ମୁଖରେ ୨୮୮ରନ୍ର ବିଜୟ ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ୫୦ ଓଭରରେ ୨୮୭/୮ କରିବାରେ ସକ୍ଷମ ହୋଇଥିଲା । ଦଳ ପକ୍ଷରୁ ରିଷ୍ଭ ପନ୍ତ ସର୍ବାଧିକ ୬୯ବଲ୍ ଖେଳି ୭୧ ରନ କରିଥିଲେ ।