ଭାରତ-ଶ୍ରୀଲଙ୍କା ୩ୟ ଟି-୨୦, ଶ୍ରୀଲଙ୍କାକୁ ୨୦୨ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

Published By : Prameya-News7 Bureau | January 10, 2020 IST

ପୁଣେ ୧୦|୦୧:  ପୁଣେ ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ତୃତୀୟ ଟ୍ବି-ଟେଣ୍ଟି ମ୍ୟାଚ୍‌ର ପ୍ରଥମ ଇଂନିସ ଶେଷ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ଓଭରରେ ୨୦୧/୬ କରିବାର ସକ୍ଷମ ହୋଇଛି । ଶ୍ରାଲଙ୍କା ସମ୍ମୁଖରେ ୨୦୨୦ରନ୍‌ର ବିଜୟଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଭାରତ ପକ୍ଷରୁ ଲୋକେଶ ରାହୁଲ ୩୬ବଲ୍‌ରେ ୫୪ରନ୍‌, ଶିଖର ଧାଓ୍ବନ ୩୬ବଲ୍‌ରେ ୫୨ରନ୍‌ କରି ଟିମ୍‌ ଇଣ୍ଡିଆର ପାଳିକୁ ଭଲ ଆରମ୍ଭ ଦେଇଥିଲେ । ତେବେ ମଧ୍ୟକ୍ରମରେ ବ୍ୟାଟିଂ କିଛି ମାତ୍ରରେ ଦୋହଲିବା ପରିସ୍ଥିତିରେ ଥିବା ବେଳେ ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର ୮ଟି ବଲ୍‌ରେ ବିସ୍ଫୋରକ ୨୨ରନ ଖେଳି ଦଳର ସ୍କୋର ୨୦୦ ପାର କରିଥିଲେ । ସେହିପରି ଶ୍ରୀଲଙ୍କ ପକ୍ଷରୁ ଲକସନ ସାନ୍ଦକାନ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବା ବେଳେ ହସରଙ୍ଗା ଓ ଲହିରୁ କୁମାର ଗୋଟିଏ ଲେଖାଏଁ ଓ୍ବକେଟ ପାଇଥିଲେ । ତେବେ ଲସିଥ୍‌ ମାଲିଙ୍ଗା କୌଣସି ଓ୍ବିକେଟ ପାଇନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.