Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମ୍ୟାଚ୍ : ନ୍ୟୁଜିଲାଣ୍ଡକୁ ୧୬୬ରନ୍‌ର ଟାର୍ଗେଟ ଦେଲା ଭାରତ

31/01/2020 at 1:57 PM

ୱେଲିଂଟନ୩୧।୦୧:  ୱେଲିଂଟନରେ ଭାରତ-ନ୍ୟୁଜିଲାଣ୍ଡ ଚତୁର୍ଥ ଟି-୨୦ ମ୍ୟାଚ୍ । ୪ର୍ଥ ମ୍ୟାଚ୍‌ ଭାରତ ପ୍ରଥମ ବ୍ୟାଟିଂ କରି ସୀମିତ ଓଭରରେ ୮ଓ୍ବିକେଟ ହରାଇ ୧୬୫ରନ ସଂଗ୍ରହ କରିଛି । ନ୍ୟୁଜିଲାଣ୍ଡକୁ ଭାରତ ୧୬୬ରନ୍‌ର ଟାର୍ଗେଟ ଦେଇଛି । ଟସ୍‌ ଜିତି ନ୍ୟୁଜିଲାଣ୍ଡ ବୋଲିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ କରିବା ପାଇଁ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ରେ ୩-୦ରେ ଆଗୁଆ ରହିଛି ଭାରତ । ୫ଟିକିଆ ସିରିଜ୍‌କୁ ନିଜ ନାଁରେ କରିସାରିଛି ଟିମ୍ ଇଣ୍ଡିଆ ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଟିମ୍‌ ଇଣ୍ଡିଆ । ସଂଞ୍ଜୁ ସାମସନ୍ ଓ କେଏଲ ରାହୁଲ ଭାରତ ପକ୍ଷରୁ ଓପନିଂ କରିବାକୁ ଓହ୍ଲାଇଥିଲେ । କିନ୍ତୁ ବ୍ୟକ୍ତିଗତ ୮ରନ କରିଆଉଟ ହୋଇଯାଇଥିଲେ ସଞ୍ଜୁ । ମନୀପ ପାଣ୍ଡେ ସର୍ବାଧିକ ୫୦ରନ୍‌ କରିଥିବା ବେଳେ ରାହୁଲ ୩୯, ଶର୍ଦ୍ଦୁଲ ଠାକୁର ୨୦ କରିଥିଲେ । ତେବେ ମଧ୍ୟକ୍ରମରେ ବ୍ୟାଟିଂ ବିପର୍ଯ୍ୟୟ ଲାଗି ସୀମିତ ଓଭରରେ ଭାରତ ୧୬୫ରନ୍ କରିବାକୁ ସକ୍ଷମ ହୋଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ସୋଢି ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି

   Related Posts