Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଭାରତ-ପାକିସ୍ତାନ ମ୍ୟାଚ: ବିରାଟ କୋହଲିଙ୍କ ଦର୍ଶନୀୟ ଅର୍ଦ୍ଧଶତକ, ପାକିସ୍ତାନକୁ ବିଜୟ ଲକ୍ଷ୍ୟ ୧୫୨

24/10/2021 at 9:20 PM

ଦୁବାଇ ୨୪/୧୦ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ମହା ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ପାକିସ୍ତାନ । ହାଇ ଭୋଲଟେଜ୍‌ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୫୧ ରନ ସଂଗ୍ରହ କରିଛି ଭାରତ । ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା ଏବଂ ଲୋକେସ୍‌ ରାହୁଲ ନିରାଶ କରିବା ପରେ ଅଧିନାୟକ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ଏବଂ ଋଷଭ ପନ୍ତ ରକ୍ଷଣାତ୍ମକ ଇଂନିସ ବଳରେ ଫାଇଟିଂ ଟୋଟାଲ ସ୍କୋର କରିଛି ଭାରତ ।

ଓପନର ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଲୋକେସ ରାହୁଲ ୩ ରନ କରି ଆଉଟ ହୋଇଛନ୍ତି । ପରେ ବିରାଟ କୋହଲି ଅଧିନାୟକତ୍ବ ପାରି ଖେଳିଛନ୍ତି । କୋହଲି ୪୯ ବଲରୁ ୫ ଚୌକା ଏବଂ ୧ ଛକା ସହାୟତାରେ ୫୭ ରନକରି ଆଉଟ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ୧୧ ରନ କରି ଆଉଟ ହୋଇଛନ୍ତି । ଋଷଭ ପନ୍ତ ୩୦ ବଲ ଖେଳି ୨ ଚୌକା ଏବଂ ୨ ଛକା ସହାୟତାରେ ୩୯ ରନକରି ଆଉଟ ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ୧୩ ରନ କରି ଆଉଟ ହୋଇଛନ୍ତି । ହାର୍ଦ୍ଧିକ ପାଣ୍ଡ୍ୟା ୧୧ ରନକରି ଆଉଟ ହୋଇଛନ୍ତି । ଭୁବନେଶ୍ବର କୁମାର ୫ ରନ ଏବଂ ମହମ୍ମଦ ସାମି ୦ ରନକରି ଅପରାଜିତ ଅଛନ୍ତି ।

ପାକିସ୍ତାନ ପକ୍ଷରୁ ଦୃତ ବୋଲର ସାହୀନ ଆଫ୍ରିଦି ପ୍ରଥମରୁ ଭାରତର ୨ ଓପନରଙ୍କୁ ପ୍ୟାଭିଲିୟନ ପଠାଇଥିଲେ । ଆଫ୍ରିଦି ୪ ଓଭର ବୋଲିଂ କରି ୩୧ ରନ ଦେଇ ୩ ଓ୍ବିକେଟ ନେଇଛନ୍ତି । ସେହିଭଳି ଇମାଦ ଓ୍ବାସିମ୍‌ ୨ ଓଭରରେ ୧୦ ରନ, ହାସନ ଅଲ୍ଲୀ ୪ ଓଭରରେ ୪୪ ରନ ୨ ଓ୍ବିକେଟ, ସଦାମ ଖାନ ୪ ଓଭରରେ ୨୨ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି । ମହମ୍ମଦ ହାଫିଜ୍‌ ୨ ସଭରରେ ୧୨ ରନ ଏବଂ ହାରିସ୍‌ ରୌଫ୍‌ ୪ ଓଭରରେ ୨୫ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।  

   Related Posts