ଭାରତ-ନ୍ୟୁଜିଲାଣ୍ଡ ୩ୟ ଟି-ଟ୍ବେଣ୍ଟି : ନ୍ୟୁଜିଲାଣ୍ଡକୁ ୧୮୦ରନ୍ର ଟାର୍ଗେଟ ଦେଲା ଭାରତ
29/01/2020 at 1:41 PM

ହାମିଲ୍ଟନ୍ ୨୯।୦୧: ଭାରତ ନ୍ୟୁଜିଲାଣ୍ଡ ତୃତୀୟ ଟି-ଟ୍ବେଣ୍ଟି ମ୍ୟାଚ୍। ୩ୟ ଟି-ଟ୍ବେଣ୍ଟି ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ୧୮୦ରନ୍ର ଟାର୍ଗେଟ ଦେଇଛି ଟିମ୍ ଇଣ୍ଡିଆ । ୩ୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୫ଓ୍ବିକେଟ୍ ହରାଇ ୧୭୯ ରନ୍ କରିବାର ସକ୍ଷମ ହୋଇଛି ।ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୬୫ରନ କରିଛନ୍ତି । ୫ ଟିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ବିରାଟ ବାହିନୀ । ଆଜିର ମ୍ୟାଚ ଜିତି ବିଜୟଧାରା ବଜାର ରଖିବାକୁ ବିରାଟ ବାହିନୀ ପ୍ରୟାସ କରିବ । ସେପଟେ ପ୍ରତିଶୋଧ ନେବା ପାଇଁ କିୱି ଦଳ ମଧ୍ୟ ବିଶେଷ ରଣନୀତି ପ୍ରସ୍ତୁତ କରିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ମ୍ୟାଚ ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଆଜିର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ବିଜୟୀ ହେବାକୁ ପଡ଼ିବ ।