ବିଶେଷଜ୍ଞଙ୍କ ଦାବି, ଗତ ମାର୍ଚ୍ଚ-ମେ’ରେ ଭାରତ ଦେଖିଛି ‘ସୁପର ସ୍ପ୍ରେଡର’ କରୋନା ଭାଇରସ୍‌ ଷ୍ଟ୍ରେନ୍‌

Published By : Prameya-News7 Bureau | December 26, 2020 IST

ନୂଆଦିଲ୍ଲୀ ୨୬/୧୨: କେବଳ ବ୍ରିଟେନ କି ଦକ୍ଷିଣ ଆଫ୍ରିକା ନୁହେଁ ଭାରତ ଦେଖିସାରିଛି କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌। ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ମାର୍ଚ୍ଚ-ମେ’ରେ ଭାରତରେ ‘ସୁପର ସ୍ପ୍ରେଡର’ କରୋନା ଭୂତାଣୁ ଷ୍ଟ୍ରେନ୍‌ ଦେଖିବାକୁ ମିଳିଥିଲା ।

‘ଦ ପ୍ରିଣ୍ଟ’କୁ ସୂଚନା ଦେଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ୍‌ ବାୟୋଲୋଜିର ନିର୍ଦେଶକ ଅନୁରାଗ ଅଗ୍ରଓ୍ବାଲ କହିଛନ୍ତି ଭାରତରେ କରୋନା ଭାଇରସ୍‌ର ଅନେକ ପ୍ରକାର ମ୍ୟୁଟେସନ୍‌ ଦେଖିବାକୁ ମିଳିଥିଲା । ଏହା ସହ ସେ ସ୍ବତନ୍ତ୍ର ଭାବେ  ‘ସୁପର ସ୍ପ୍ରେଡର’ କୋଭିଡ୍‌ ଷ୍ଟ୍ରେନ କଥା କହିଛନ୍ତି। ଏହି କରୋନା ଭାଇରସ୍‌ ଷ୍ଟ୍ରେନକୁ ଏ୪ ବୋଲି ନାମ କରଣ କରାଯାଇଥିଲା ବୋଲି ଅନୁରାଗ ଅଗ୍ରଓ୍ବାଲ୍‌ କହିଛନ୍ତି।

ଏ୪ ଭାଇରସ୍‌ ଏତେ ଫିଟ୍‌ ହୋନଥିବାରୁ ଏମାନେ ନିଜେ ନି​‌ଜେ ଜୁନ୍‌ ବେଳକୁ ନାଶ ହୋଇଗଲେ । ବ୍ରିଟେନ କେବଳ ୫ ପ୍ରତିଶତ ସାମ୍ପଲ ଟେଷ୍ଟ କରି କରୋନା ନୂଆ ପ୍ରକାର ସମ୍ପର୍କରେ ଜାଣିପାରିଛି। କିନ୍ତୁ ଭାରତରେ ସଂକ୍ରମଣ ହାରକୁ ନଜରରେ ରଖିଲେ ଏଠାରେ ଅନେକ ପ୍ରକାରର ଭାଇରସ୍‌ ଦେଖିବାକୁ ମିଳିଥିଲା ଓ ମିଳିପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବ୍ରିଟେନ୍‌ ଓ ସାଉଥ ଆଫ୍ରକାରେ ନୂଆ କରୋନା ଭାଇରସ୍‌ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ସଂକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ଏହାକୁ ନଜରରେ ରଖି ବ୍ରିଟେନରେ ଏବେ ଚତୁର୍ଥ ଥର ପାଇଁ ଲକ୍‌ଡାଉନ୍‌ ଲାଗୁ ହୋଇଛି। ପରିସ୍ଥିତିକୁ ଦେଖି ଭାରତ ସରକାର ମଧ୍ୟ ବ୍ରିଟେନକୁ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧ ଲଗାଇବା ସହ ସେଠାରୁ ଫେରୁଥିବା ପାସେଞ୍ଜରଙ୍କ ପାଇଁ ପ୍ରତିଷେଧକମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.