Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ଭାରତର ଜବାଜ-‘ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି ପାଲଟିଛି ପାକିସ୍ତାନ’

2/03/2021 at 5:13 PM

ନୂଆଦିଲ୍ଲୀ ୦୨/୦୩ : ଭାରତ ସଂଯୁକ୍ତ ରାଷ୍ଟ୍ର ମଞ୍ଚରୁ ପୁଣିଥରେ ପାକିସ୍ତାନକୁ ଟାର୍ଗେଟ କରିଛି। ଭାରତ କହିଛି ଯେ ପାକିସ୍ତାନ ଲଗାତାର ନିଜ ଦେଶରେ ହେଉଥିବା ମାନବାଧିକାର ଉଲଙ୍ଘନରୁ ଧ୍ୟାନ ହଟାଇବାକୁ ଭାରତର ଛବି ଖରାପ କରିବାକୁ ଚେଷ୍ଟା କରୁଛି। ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦରେ ଭାରତର ଯୁଏନ ସ୍ଥାୟୀ ମିଶନର ପ୍ରଥମ ସଚିବ ପବନ କୁମାର ବାଘେ (Pawankumar Badhe, First Secy, Permanent Mission of India to UN) କହିଛନ୍ତି ଯେ ପାକିସ୍ତାନ ଭାରତ ବିରୋଧରେ ଦୁର୍ଭାବନାପୂର୍ଣ୍ଣ ପ୍ରଚାର ପାଇଁ ଏହି ମହାନ ମଞ୍ଚର ଦୁର୍ବ୍ୟବହାର କରୁଛି।

ବାଘେ କହିଛନ୍ତି ଯେ ପାକିସ୍ତାନୀ ନେତା ଏହି ତଥ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ଦେଶ ଆତଙ୍କବାଦୀଙ୍କ କାରଖାନା ହେଇ ଚାଲିଛି। ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଉଛି ଯିଏ ମାନବାଧିକାରର ହନନର ସବୁଠାରୁ ଘୃଣିତ ରୂପ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ମାନବାଧିକାରକୁ ହନନ କରନ୍ତି। ବାଘେ କହିଛନ୍ତି ପାକିସ୍ତାନରେ ହେଉଥିବା ଭୁଲ କାମ ସମ୍ପର୍କରେ ଯେଉଁମାନେ ମୁହଁ ଖୋଲନ୍ତି ସେମାନଙ୍କୁ ଜୋର ଜବରଦସ୍ତ ଅପହରଣ, ହତ୍ୟା ଏବଂ ହାଜତକୁ ନିଆଯାଇଥାଏ। ପାକିସ୍ତାନର ସୁରକ୍ଷା ଏଜେନ୍ସି ଏହିସବୁ କାମ କରିଥାଏ।

ଜାମ୍ମୁ କାଶ୍ମୀର ସମ୍ପର୍କରେ ସେ କହିଛନ୍ତି ଯେ ଆମେ ଇସ୍ଲାମିକ ସଂଗଠନର ବୟାନରେ କେନ୍ଦ୍ର ଶାସିତ ପ୍ରଦେଶ ଜାମ୍ମୁ କାଶ୍ମୀରର ସନ୍ଦର୍ଭକୁ ଅସ୍ବୀକାର କରୁଛୁ। ସଂଗଠନକୁ ଭାରତ ର ଏକ ଅଭିନ୍ନ ଏବଂ ଅବିଭାଜ୍ୟ ଅଂଶ ଜାମ୍ମୁ-କାଶ୍ମୀର ସହ ସମ୍ବନ୍ଧିତ ମାମଲାରେ ମନ୍ତବ୍ୟ ଦେବାର କିଛି ଅଧିକାର ନାହିଁ।

   Related Posts