Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

୧୨ଘଣ୍ଟା ଚାଲିଲା କପର୍ସ କମାଣ୍ଡରସ୍ତରୀୟ ବୈଠକ, ଭାରତ କହିଲା ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଅଞ୍ଚଳରୁ ପଛକୁ ହଟିଯାଉ ଚୀନ୍

1/07/2020 at 1:52 PM

ନୂଆଦିଲ୍ଲୀ ୧।୭: ମଙ୍ଗଳବାର ଦିନ ଭାରତ ଏବଂ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ତୃତୀୟ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ଦୀର୍ଘ ୧୨ ଘଣ୍ଟା ଧରି ଚାଲିଥିବା ବେଳେ ୧୧ଟାରେ ଶେଷ ହୋଇଥିଲା । ଭାରତୀୟ ସେନା ସୂତ୍ରରୁ ନ୍ୟୁଜ୍ ଏଜେନ୍ସି ANI ଏହି ସୂଚନା ପାଇଛି । ଏହି ବୈଠକରେ ଭାରତ ଚୀନ୍ କୁ ତୁରନ୍ତ ଫିଙ୍ଗର ୪ରୁ ଫିଙ୍ଗର ୮ ପର୍ଯ୍ୟନ୍ତ ଅଞ୍ଚଳରୁ ହଟିଯିବାକୁ କହିଛି ।

ମଙ୍ଗଳବାର ଦିନ ଭାରତ-ଚୀନ୍ ସାମରିକ ଅଧିକାରୀଙ୍କ ମଧ୍ୟରେ ତୃତୀୟ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା ହୋଇଥିଲା । ସୂତ୍ରରୁ ପ୍ରକାଶ ଯେ ଭାରତ ପକ୍ଷରୁ ଗାଲଭାନ୍ ଘାଟି ତଥା ଅନ୍ୟାନ୍ୟ ଅଞ୍ଚଳ ସହିତ ପାଙ୍ଗୋଙ୍ଗରେ ଫିଙ୍ଗର ୪ ଅଞ୍ଚଳରୁ ଫିଙ୍ଗର ୮ ଅଞ୍ଚଳରୁ ଚୀନ୍ ସେନାକୁ ତୁରନ୍ତ ହଟିବାକୁ କୁହାଯାଇଛି। ସେନା ପକ୍ଷରୁ ଏ ବିଷୟରେ କୌଣସି ସରକାରୀ ସୂଚନା ଦିଆଯାଇନାହିଁ ।

ଚୁଶୁଲରେ ଭାରତୀୟ ଗ୍ରାଉଣ୍ଡରେ ହୋଇଥିବା ଏହି ବୈଠକରେ ଭାରତ ପକ୍ଷରୁ ୧୪ତମ କର୍ପସର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ହରିନ୍ଦର ସିଂହ ଏବଂ ଚୀନ୍‌ ତରଫରୁ ତିବ୍ଦତ ମିଲିଟାରୀ ଜିଲ୍ଲାର କମାଣ୍ଡର ମେଜର ଜେନେରାଲ୍ ଲିୟୁ ଲିନ୍ ଯୋଗ ଦେଇଥିଲେ । ଜୁନ୍ ମାସରେ ଏହି ସାମରିକ ଅଧିକାରୀଙ୍କ ମଧ୍ୟରେ ଏହା ହେଉଛି ତୃତୀୟ ପର୍ଯ୍ୟାୟ ବୈଠକ । ଏହି ବୈଠକରେ ସେନା ପଛକୁ ହଟିବାର ବିତିବିଧି ଉପରେ ଆଲୋଚନା କରାଯାଇଛି।

ସୂତ୍ରରୁ ପ୍ରକାଶ ଯେ, ବୈଠକରେ ଏହା ଉପରେ ଜୋର ଦିଆଯାଇଥିଲା ଯେ ଚୀନ୍ ସେନା ତୁରନ୍ତ ସେହି ଅଞ୍ଚଳରୁ ହଟିଯିବ ଯେଉଁଠାରେ ନିକଟରେ ସେ ତାର ଉପସ୍ଥିତି ଦର୍ଶାଇଥିଲା । ଏହାଦ୍ବାରା ମେ’ ୫ ତାରିଖ ପୂର୍ବରୁ ସ୍ଥିତି ପୁନଃ ସ୍ଥାପିତ ହୋଇପାରିବ । ଏଥିମଧ୍ୟରୁ ପୋଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଫିଙ୍ଗର ୪ରୁ ୮ ପର୍ଯ୍ୟନ୍ତ ଚୀନ୍ ସେନାକୁ ତୁରନ୍ତ ହଟିଯିବାକୁ କୁହାଯାଇଛି ।

ଦୁଇ ଦେଶର ସୈନ୍ୟବାହିନୀ ମଧ୍ୟରେ ଲଦାଖରେ LACରେ ପ୍ରାୟ ଦୁଇମାସ ଧରି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଜୁନ୍ ୬ ରେ ଯଦିଓ ଉଭୟ ଦେଶର ସୈନ୍ୟ ପଛକୁ ହଟିବାକୁ ରାଜି ହୋଇଥିଲେ ମଧ୍ୟ ଚୀନ୍ ଏହାକୁ କାର୍ଯ୍ୟକାରୀ କରୁନାହିଁ । ଏହି କାରଣରୁ ୧୫ ଜୁନରେ ଦୁଇ ଦେଶର ସୈନ୍ୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏହାପରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଏବଂ ୨୨ ଜୁନ୍ ରେ ସାମରିକ କମାଣ୍ଡୋମାନେ ମଧ୍ୟ ଏକ ମାରାଥନ ବୈଠକ କରିଥିଲେ । ପ୍ରତ୍ୟେକ ଥର ସମ୍ମତି ପ୍ରକାଶ ପାଏ କିନ୍ତୁ ଏହାର କାର୍ଯ୍ୟକାରିତା ଦେଖାଯାଏନାହିଁ । ଏହି ବୈଠକର ଫଳାଫଳ ସମ୍ପର୍କରେ ସେନା ବୁଧବାର ଦିନ ଏକ ବିବୃତ୍ତି ଦେଇପାରେ ବୋଲି ସମ୍ଭାବନା ରହିଛି ।

   Related Posts