ଭାରତର ପୂର୍ବତନ କ୍ରିକେଟର୍ ବସନ୍ତ ରାଇଜିଙ୍କ ୧୦୦ବର୍ଷ ବୟସରେ ପରଲୋକ

Published By : Prameya-News7 Bureau | June 13, 2020 IST

ମୁମ୍ବାଇ ୧୩/୬: ଭାରତର ସର୍ବପୁରାତନ ପ୍ରଥମ ଶ୍ରେଣୀୟ କ୍ରିକେଟ୍ ଖେଳାଳି ବସନ୍ତ ରାଇଜିଙ୍କ ପରଲୋକ ହୋଇଛି। ୧୦୦ ବର୍ଷ ବୟସରେ ମୁମ୍ବାଇସ୍ଥିତ ୱାଲ୍ କେଶ୍ବର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ବାର୍ଦ୍ଧକ୍ୟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ଣରେ ଦକ୍ଷିଣ ମୁମ୍ବାଇର ଚନ୍ଦନୱାଡ଼ି ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯିବ।

{"id":285561,"sizeSlug":"large"}

୧୯୪୦ ଦଶକରେ ଡାହାଣହାତି ବ୍ୟାଟ୍ସମ୍ୟାନ୍ ରାଇଜି ମୁମ୍ବାଇ ଓ ବରୋଦାରେ ନଅଟି ପ୍ରଥମ ଶ୍ରେଣୀୟ ମ୍ୟାଚ୍ ଖେଳିଥିଲେ। ଦଶନ୍ଧିର କ୍ୟାରିଅର୍ ମଧ୍ୟରେ ୬୮ଟି ବଲ୍ ଖେଳି ୨୭୭ ରନ୍ କରି ସେ ରେକର୍ଡ କରିଥିଲେ। ୧୯୩୯ରେ ରାଇଜି ନାଗପୁରରେ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଟିମ୍ ରେ ସେଣ୍ଟ୍ରାଲ୍ ପ୍ରୋଭିନ୍ ସେସ୍ ଆଣ୍ଡ୍ ବିଅରର୍ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିଥିଲେ।

{"id":285565,"sizeSlug":"large"}

ପ୍ରଥମ ଇନିଙ୍ଗ୍ସରେ ଡକ୍ ଯୋଗୁଁ ଡିସ୍ ମିସ୍ ହେବାରୁ ରାଇଜି ତାଙ୍କର ସର୍ବପ୍ରଥମ ମ୍ୟାଚ୍ କୁ ସ୍ମରଣୀୟ କରିପାରି ନ ଥିଲେ। ୧ ରନ୍ କରି ଦ୍ବିତୀୟ ଇନିଙ୍ଗ୍ସରେ ସେ ବାହାରି ଯାଇଥିଲେ। ୧୯୪୧ରେ ସେ ମୁମ୍ବାଇରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ତାଙ୍କ ଟିମ୍ ୱେଷ୍ଟର୍ଣ୍ଣ ଇଣ୍ଡିଆର ନେତୃତ୍ବ ନେଇଥିଲେ ବିଜୟ ମର୍ଚାଣ୍ଟ୍। ରାଇଜି ୧୩ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବମ୍ବେ ଜିମ୍ ଖାନାରେ ପ୍ରଥମେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

{"id":285567,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.