Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

୨୦୨୦-୨୧ ଆର୍ଥିକ ବର୍ଷରେ ସଙ୍କୁଚିତ ହେବ ଭାରତର ଅର୍ଥନୀତି, ୩.୨ ପ୍ରତିଶତ ତଳକୁ ଖସିବ ଦେଶର ଜିଡିପି: ବିଶ୍ଵ ବ୍ୟାଙ୍କ

8/06/2020 at 10:25 PM

ଓ୍ଵାଶିଂଟନ ୦୮।୦୬:  କରୋନା ଭାଇରସ୍ ଲକ୍‌ଡାଉନ୍‌ କାରଣରୁ ପୂରା ବିଶ୍ଵ ସହ ଭାରତର ଆର୍ଥିକ ଅବସ୍ଥା ଦୋହଲି ଯାଇଛି। ଏହା ମଧ୍ୟରେ ବିଶ୍ଵ ବ୍ୟାଙ୍କ କହିଛି ଚଳିତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ୩.୨ ପ୍ରତିଶତକୁ ଖସି ଆସିବ। କୋଭିଡ୍-୧୯ ମହାମାରୀ ଓ ଅନେକ ପର୍ଯ୍ୟାୟରେ ଲାଗୁ  ଲକ୍‌ଡାଉନ୍‌ କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ବିଶ୍ଵ ବ୍ୟାଙ୍କ ପୂର୍ବରୁ ଅନେକ ଅନ୍ତରାଷ୍ଟ୍ରୀୟ ଏଜେନ୍ସି ଭାରତର ଅଭିବୃଦ୍ଧିହାର ହ୍ରାସ ଘଟିବ ବୋଲି ସଙ୍କେତ ଦେଇ ସାରିଛନ୍ତି। ବିଶ୍ଵବ୍ୟାଙ୍କ ଅନୁଯାୟୀ ଜିଡିପି ଅଭିବୃଦ୍ଧିହାର -୩.୨କୁ ଖସିଯିବ।

ବିଶ୍ଵ ବ୍ୟାଙ୍କ ‘ବୈଶ୍ଵିକ ଆର୍ଥିକ ପରିଦୃଶ୍ୟ’ର ସଦ୍ୟତମ ସଂସ୍କରଣରେ ଭାରତର ଆର୍ଥିକ ସ୍ଥିତି ଉପରେ ପୂର୍ବାନୁମାନ କରି ଅଭିବୃଦ୍ଧି  ହାରରେ ୯ ପ୍ରତିଶତ ହ୍ରାସ କରିଛି। ମାତ୍ର ବିଶ୍ଵ ବ୍ୟାଙ୍କ ଅନୁଯାୟୀ ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୧ରେ ସଠିକ୍ ରାସ୍ତାକୁ ପ୍ରତ୍ୟାବର୍ତ୍ତନ କରିବ। ଆର୍ଥିକ ବର୍ଷ ୨୦୧୯-୨୦ରେ ଭାରତର ବିକାଶହାର ୪.୨ ପ୍ରତିଶତ ରହିଛି ଏବଂ ଆର୍ଥିକ  ବର୍ଷ ୨୦୨୦-୨୧ରେ କୋଭିଡ୍‌-୧୯ ପ୍ରଭାବ କାରଣରୁ ଏହା ୩.୨ ପ୍ରତିଶତ ପର୍ଯ୍ୟନ୍ତ ତଳକୁ ଖସିବାର ଅନୁମାନ କରାଯାଇଛି।

ବିଶ୍ଵ ବ୍ୟାଙ୍କର ବୈଶ୍ଵିକ ଅର୍ଥନୀତି ପରିଦୃଶ୍ୟ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ଭୂତାଣୁର ସଂକ୍ରମଣ ରୋକିବା ଲାଗି ଉଠାଯାଇଥିବା କଠୋର ପଦକ୍ଷେପ କାରଣରୁ କିଛି ସମୟ ପାଇଁ କାରବାରର ଗତିବିଧି ଥମି ଯାଇଛି, ଏହି କାରଣରୁ ଅର୍ଥବ୍ୟବସ୍ଥା ସଙ୍କୁଚିତ ହୋଇ ଯାଇଛି।

ମୁଡିଜ୍ ଇନଭେଷ୍ଟର ସର୍ଭିସ୍, ଫିଚ୍ ରେଟିଂ ଓ ଏସଆଣ୍ଡପି ଗ୍ଲୋବାଲ ରେଟିଙ୍ଗ୍ସ  ପରି ଅନ୍ତରାଷ୍ଟ୍ରୀୟ ରେଟିଂ ଏଜେନ୍ସି ମଧ୍ୟ  ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧିହାର ୪ ରୁ ୫ ପ୍ରତିଶତ ହ୍ରାସ ଘଟିବ  ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏପରିକି କ୍ରିସିଲ୍‌ କହିଛି ଯେ, ଏହା ସ୍ଵାଧୀନ ଭାରତ ଇତିହାସରେ ଚତୁର୍ଥ ତଥା ୧୯୯୧ର ଉଦାରୀକରଣ ପରେ ପ୍ରଥମ ବଡ ମନ୍ଦି। ଏହି ମାନ୍ଦାବସ୍ଥାର ପ୍ରଭାବ ବୋଧହୁଏ ପୂର୍ବର ମାନ୍ଦାବସ୍ଥାଠୁ ମଧ୍ୟ ଅଧିକ ଜଟିଳ ରହିବ।

   Related Posts