ରୁଷ୍ ସହ ଆଉ ଏକ ପ୍ରତିରକ୍ଷା ରାଜିନାମା ସ୍ବାକ୍ଷର କଲା ଭାରତ

Published By : Prameya-News7 Bureau | November 21, 2018 IST

ନୂଆଦିଲ୍ଲୀ ୨୧|୧୧: ଆମେରିକା ପ୍ରତିବନ୍ଧକକୁ ଖାତିର ନକରି ରୁଷ ସହିତ ଆଉ ଏକ ପ୍ରତିରକ୍ଷା ରାଜିନାମା କଲା ଭାରତ । ଏସ-୪୦୦ ସିଷ୍ଟମ ପରେ ଭାରତ ଓ ରୁଷ ମଧ୍ୟରେ  ଆଉ ଏକ ବଡ଼ ସାମରିକ ଚୁକ୍ତି ପତ୍ର ସ୍ବାକ୍ଷର କରିଛି । ଗୋଆ ସିପୟାର୍ଡରେ ଦୁଇଟି ତଲୱାର କ୍ଲାସ ଶ୍ରେଣୀର ଜାହାଜ ନିର୍ମାଣ କରାଯିବ ।  ଏହି ଦୁଇଟି ବୁଡା ଯୁଦ୍ଧ ଜାହାଜ ପାଇଁ ୫ଶହ ମିଲିୟନ ଡଲାର ଡିଲ୍ ହୋଇଥିବା ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି । ଆମେରିକାର ଚେତାବନୀକୁ ବେଖାତିର। ରଷିଆ ସହିତ ଭାରତ ପୁଣି ଆଉ ଏକ ବଡ ସାମରିକ ଚୁକିପତ୍ରସ୍ବାକ୍ଷର କରିଛି। ଦୁଇଟି ବୁଡା ଯୁଦ୍ଧଜାହାଜ ପାଇଁ ୫ଶହ ମିଲିୟନ ଡଲାର ଡିଲ୍ ଚୁକ୍ତି କରିଛି। ଗୋଆ ସିପୟାର୍ଡରେ ଦୁଇଟି ଜାହାଜ ନିର୍ମାଣ କରାଯିବ। ୪ହଜାର ଟନଲେଖାଏଁ  ଜାହାଜ ଦୁଇଟି ତଲୱାର କ୍ଲାସ ଶ୍ରେଣୀର ବୋଲି ପ୍ରତିରକ୍ଷା ବିଭାଗର ଅଧିକାରୀ ଦେଇଛନ୍ତି ସୂଚନା। ଗୋଆ ସିପୟାର୍ଡ ଏଲଟିଡି ଏବଂ ରଷିଆର ସରକାରୀ ସଂସ୍ଥା ରୋସୋବୋରନଏକ୍ସପର୍ଟ ମିଳିତ ସହଯୋଗରେ ନିର୍ମାଣ କରାଯିବ। ଭାରତୀୟ ନୌସେନା ପାଇଁ ରଷିଆ ଏଭଳି ୪ଟି ଯୁଦ୍ଧାଜାହାଜ ପାଇଁ ନିର୍ମାଣ ପାଇଁ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି। ଚୁକ୍ତି ଅନୁଯାୟୀ ଦୁଇଟି ଜାହାଜ ଭାରତ ରଷିଆଠୁ ଆଣିବ। ବାକି ଦୁଇଟି ଭାରତରେ  ୧୩ ହଜାର କୋଟି ବ୍ୟୟରେ ନିର୍ମାଣ କରାଯିବ। ୪ଟି ଜାହାଜରେ ଜୋରୟା ଗ୍ୟାସ ଟର୍ବାଇନ ଇଞ୍ଜିନ ଖଞ୍ଜାଯିବ। ଅତ୍ୟାଧୁନିକ ଉପକରଣରେ ସଜ୍ଜିତ ଜାହାଜ ଶତ୍ରୁପକ୍ଷର ରାଡାରକୁ ଚକମା ଦେବାରେ ସକ୍ଷମ। ଜାହାଜ ନିର୍ମାଣ ପାଇଁ ରଷିଆ କେବଳ ସହଯୋଗ କରିବନି ଏଥିପାଇଁ  ଆବଶ୍ୟକୀୟ ବୈଷୟିକ କୌଶଳ ସହ ଉପକରଣ ମଧ୍ୟ ଯୋଗାଇଦେବ। ଗୋଆ ସିପୟାର୍ଡରେ ଜାହାଜର ନିର୍ମାଣ ୨୦୨୦ରେ ଆରମ୍ଭ ହେବ। ୨୦୨୬ବେଳକୁ ପ୍ରଥମ ଏବଂ ଏହାର ଗୋଟିଏ ବର୍ଷ ପରେ ଦ୍ବିତୀୟ ଜାହଜକୁ ହସ୍ତାନ୍ତର କରାଯିବାପାଇଁ ଲକ୍ଷ୍ୟ ରଖାଯାଇଛି। 4ଟି ଯୁଦ୍ଧଜାହାଜରେ ବ୍ରାହ୍ମୋସ ସୁପରସୋନିକ୍ କ୍ରଜ ମିସାଇଲ ସହିତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର ଖଞ୍ଜା ଯିବ।। ଏଯାଏ ଭାରତ  ପାଖରେ ରଷିଆ ନିର୍ମିତ ୩ଟି ତଲୱାର ଶ୍ରେଣୀର ଏବଂ ତିନିଟି ତେଜ ଶ୍ରେଣୀର ୬ଟି  ବୁଡା ଯୁଦ୍ଧ ଜାହାଜ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.