Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଋଷ୍‌ ଗସ୍ତ ସମୟରେ ସ୍ୱାକ୍ଷରିତ ରାଜିନାମାର ତାଲିକା

4/09/2019 at 10:24 PM

ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଋଷ୍ ଗସ୍ତରେ ଭ୍ଲାଡିଭୋଷ୍ଟକରେ ପହଞ୍ଚିଛନ୍ତି । ଏଠାରେ ପହଞ୍ଚିବା ପରେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ ଓ ପିଏମ୍ ମୋଦିଙ୍କ ବନ୍ଧୁତ୍ୱର ଝଲକ୍ ପୁଣି ଥରେ ଦେଖିବାକୁ ମିଳିଛି । ଭ୍ଲାଡିଭୋଷ୍ଟକର ଜ୍ୱେଜ୍ଦା ଶିପ୍ ବିଲ୍ଡିଂ କମ୍ପ୍ଲେକ୍ସରେ ପହଞ୍ଚିବା ପରେ ପୁତିନ୍ ମୋଦିଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ । ଉଭୟ ନେତାଙ୍କ ଏହି ସାକ୍ଷାତକୁ ଅତ୍ଯନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କଶ୍ମୀର ମାମଲାରେ ପୂର୍ବରୁ ଋଷ୍ ଭାରତକୁ ସମର୍ଥନ ଦେଇସାରିଛି । ତେବେ ଆସନ୍ତୁ ଦେଖିବା ପ୍ରଧାନମନ୍ତ୍ରୀଙ୍କ ଭ୍ଲାଡିଭୋଷ୍ଟକ ଗସ୍ତ ଅବସରରେ ସ୍ୱାକ୍ଷରିତ ବୁଝାମଣାର ତାଲିକା…
୧. “ଆପୋସ ବିଶ୍ୱାସ ଓ ଭାଗିଦାରୀ ଜରିଆରେ ସହଯୋଗର ନୂତନ ଉଚ୍ଚତାରେ ପହଁଚିବା” ଲାଗି
ମିଳିତ ବକ୍ତବ୍ୟ।
୨. ଭାରତ-ରୁଷ ବ୍ୟବସାୟ ଓ ନିବେଶ ବୃଦ୍ଧି ଲାଗି ଯୁଗ୍ମ ରଣନୀତି।
୩. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ରୁଷୀୟ/ସୋଭିଏତ ସେନା ଉପକରଣ
ଲାଗି ସରଞ୍ଜାମ ଉତ୍ପାଦନ କରିବା ସଂକ୍ରାନ୍ତ ବୁଝାମଣା।
୪. ଭାରତୀୟ ଗଣତନ୍ତ୍ର ଓ ରୁଷ ସଂଘର ସରକାରଙ୍କ ମଧ୍ୟରେ ଅଡି•ଓ/ଭିଜୁଆଲ ସହ-ଉତ୍ପାଦନ
କାର୍ଯ୍ୟରେ ସହଯୋଗ ଲାଗି ରାଜିନାମା।
୫. ଭାରତର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ
ମଧ୍ୟରେ ସଡ଼କ ପରିବହନ ଓ ସଡ଼କ ଉଦ୍ୟୋଗରେ ଦ୍ୱିପାକ୍ଷିକ ସହଯୋଗ ଲାଗି ବୁଝାମଣା।
୬. ଭାରତର ଜାହାଜ ଚଳାଚଳ ମନ୍ତ୍ରଣାଳୟ ଏବଂ ରୁଷ ସଂଘର ପରିବହନ ମନ୍ତ୍ରଣାଳୟ ମଧ୍ୟରେ
ଚେନ୍ନାଇ ବନ୍ଦର ଏବଂ ଭ୍ଲାଡିଭୋଷ୍ଟକ ବନ୍ଦର ମଧ୍ୟରେ ସାମୁଦ୍ରିକ ଯୋଗାଯୋଗ ବିକାଶ କ୍ଷେତ୍ରରେ
ବୁଝାମଣା।
୭. ସୀମା ଶୁଳ୍କ ଉଲ୍ଲଙ୍ଘନ ମାମଲାର ମୁକାବିଲା କ୍ଷେତ୍ରରେ ସହଯୋଗ ଲାଗି ଭାରତର ଅର୍ଥ ମନ୍ତ୍ରଣାଳୟ
ଅଧୀନ କେନ୍ଦ୍ର ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ତଥା ରୁଷ ସଂଘର ଫେଡେରାଲ କଷ୍ଟମ
ସର୍ଭିସ ମଧ୍ୟରେ ସହଯୋଗ ଯୋଜନା।
୮. ପରିବହନ ଲାଗି ପ୍ରାକୃତିକ ବାଷ୍ପର ଉପଯୋଗ ଲାଗି ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ ଏବଂ ଭାରତ
ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା।
୯. ଭାରତର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଓ ରୁଷ ସଂଘର ଶକ୍ତି ମନ୍ତ୍ରଣାଳୟ
ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟରେ ଯୋଜନା ପ୍ରସ୍ତୁତ କରିବା।
୧୦. ରୁଷର ସୁଦୂର ପୂର୍ବ କ୍ଷେତ୍ରରେ କୋକିଂ କୋଇଲା ଖନନ ପ୍ରକଳ୍ପକୁ ଲାଗୁ କରିବା ଲାଗି
କୋଲ ଇଣ୍ଡିଆ ଲିଃ ଏବଂ ସୁଦୂର ପୂର୍ବ ନିବେଶ ତଥା ରପ୍ତାନି ଏଜେନ୍ସି ମଧ୍ୟରେ ବୁଝାମଣା।
୧୧. ନିବେଶ ସହଯୋଗ ଲାଗି ଇନଭେଷ୍ଟ ଇଣ୍ଡିଆ ଓ ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମଧ୍ୟରେ
ସହଯୋଗ ବୁଝାମଣା।
୧୨. ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଫିକି) ଓ ରସକଂଗ୍ରେସ ଫାଉଣ୍ଡେସନ
ମଧ୍ୟରେ ସହଯୋଗ ବୁଝାମଣା।
୧୩. ନୂତନ ପ୍ରକଳ୍ପକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ରଣନୈତିକ ପ୍ରୟାସ ଲାଗି ଭାରତୀୟ ବାଣିଜ୍ୟ
ଓ ଉଦ୍ୟୋଗ ମହାସଂଘ ଏବଂ ସ୍ୱୟଂଶାସିତ ଅଣଲାଭକାରୀ ସଂଗଠନ ମଧ୍ୟରେ ସହଯୋଗ
ବୁଝାମଣା।
୧୪. ଏଲଏନଜି ବିଶୋଧନ ଏବଂ ବିପଣନ ତଥା ଏଲଏନଜି ଯୋଗାଣର ମିଳିତ ବିକାଶ
ସଂକ୍ରାନ୍ତରେ ସହଯୋଗ ଲାଗି ଯୁଗ୍ମ ଷ୍ଟକ କମ୍ପାନୀ ନୋଭାଟେକ ଓ ପେଟ୍ରୋନେଟ ଏଲଏନଜି
ଲିମିଟେଡ ମଧ୍ୟରେ ବୁଝାମଣା।
୧୫. ଯୁଗ୍ମ ଷ୍ଟକ କମ୍ପାନୀ ରସଜିଓଲୋଜିଆ ଓ ସ୍ରେଇ ଇନଫ୍ରାଷ୍ଟ୍ରକଚର ମଧ୍ୟରେ ସହଯୋଗ
ବୁଝାମଣା।

   Related Posts