୧୪ ପୃଷ୍ଠାର ରିପୋର୍ଟରେ ପାକିସ୍ତାନର କଳା କାରନାମା ଦର୍ଶାଇଲା ଭାରତ: ଆଉ କେତେ ପ୍ରମାଣ ଦରକାର ଇମ୍ରାନଙ୍କୁ ?

Published By : Prameya-News7 Bureau | March 01, 2019 IST

ଦିଲ୍ଲୀ ୧/୩ : ଫେବୃଆରୀ ୧୪ ତାରିଖରେ ପୁଲବାମା ହେଉଥିବା ହମଲା ପାଇଁ ଦାୟୀ କିଏ ? କାହା ଇସାରାରେ ହୋଇଥିଲା ହମଲା ? କିଏ କରିଥିଲା ହମଲା ? ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏଭଳି ଅନେକ ପ୍ରଶ୍ନ ପଚାରି ଭାରତକୁ ପ୍ରମାଣ ମାଗୁଛନ୍ତି | ଏନେଇ ଭାରତ ପାକିସ୍ତାନକୁ ପ୍ରମାଣ ମଧ୍ୟ ଦେଇଛି | ଗତକାଲି ପାକିସ୍ତାନ ସଂସଦରେ ଇମ୍ରାନ ଭାରତ ଦ୍ୱାରା ପଠାଯାଇଥିବା ପୁଲବାମା ହମଲାର ପ୍ରମାଣ ପାଇଛନ୍ତି ବୋଲି କହିଥିଲେ | ପ୍ରମାଣ ମିଳିବା ପରେ ଇମ୍ରାନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ |

{"id":89732}

ଇମ୍ରାନଙ୍କୁ ଟାର୍ଗେଟ କରି ଭାରତ କହିଛି ଯେ, ଭାରତରୁ ଡୋଜିୟର ନେଇ ନେଇ ପାକିସ୍ତାନର ଆଲମିରା ଭର୍ତ୍ତି ହୋଇଗଲାଣି | କିନ୍ତୁ ଭାରତରେ ପ୍ରାଣ ହରାଇଥିବା ହଜାର ହଜାର ନିରୀହ ନାଗରିକଙ୍କ ରକ୍ତର ହିସାବ ଏବେ ପର୍ଯ୍ୟନ୍ତ ହୋଇନାହିଁ | ହିସାବ ହୋଇଥିଲେ ମସୁଦ ଅଜହର ଅଚିନ୍ତା ହୋଇ ପାକିସ୍ତାନରେ ବୁଲୁଥାନ୍ତା କି ବୋଲି ପଚରା ଯାଇଛି | ୨୬/୧୧ ଆକ୍ରମଣର ଦୋଷୀ ହାଫିଜ ସୟିଦ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପାଇଁ ସ୍ବପ୍ନ ଦେଖିଥାନ୍ତା କି ? ଯଦି ଏସବୁ ହିସାବ ହୋଇଥାନ୍ତା ତାହେଲେ ୧୯୯୩ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମ ପାକିସ୍ତାନର ଅତିଥି ହୋଇନଥାନ୍ତା |

{"id":89733}

ଇମ୍ରାନ କହିଥିଲେ ଯେ, ଯଦି ଭାରତ କୌଣସି ପ୍ରକାର ତଦନ୍ତ କରିବାକୁ ଚାହୁଁଚି ତା'ହେଲେ ପାକିସ୍ତାନ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛି |

ଯଦି ପାକିସ୍ତାନ ସତରେ ପୁଲବାମା ହମଲାର ଦୋଷୀକୁ ଦଣ୍ଡ ଦେବାକୁ ଚାହୁଁଛନ୍ତି ତାହେଲେ ଦେଖନ୍ତୁ ୧୪ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଯାହା ଭାରତ ତରଫରୁ ପାକିସ୍ତାନକୁ ଦିଆଯାଇଛି | କିପୋର୍ଟରେ ପାକିସ୍ତାନର ସବୁ କାରନାମା ଉଲ୍ଲେଖ ରହିଛି | ୧୪ ପୃଷ୍ଠା ବିଶିଷ୍ଟ ଏହି ଫାଇଲରେ ପୁଲବାମା ହମଲାରେ ଜୈସର ହାତ ଥିବାର ପ୍ରମାଣ ରହିଛି | ଆତ୍ମଘାତୀ ଆଦିଲ ମହମ୍ମଦ ଡାର ଜୈସ ଆତଙ୍କୀ ସଂଗଠନର ସଦସ୍ୟ ଥିବା ନେଇ ଜାରି କରିଥିବା ଭିଡିଓ ଟେପ ମଧ୍ୟ ରହିଛି | ଆତଙ୍କୀ ସଂଗଠନକୁ ଟ୍ରେନିଂ ଦେଉଥିବା ଗାଜି ସମ୍ପର୍କରେ ମଧ୍ୟ ପ୍ରମାଣ ଦିଆଯାଇଛି | ଗାଜି ରସିଦ ଭାରତରେ ଅନୁପ୍ରବେଶ କରିଥିବା ପ୍ରମାଣ ମଧ୍ୟ ଅଛି | ପାକିସ୍ତାନୀ ମାଟିରେ ପୁଲବାମା ହମଲାର ଯୋଜନା ପ୍ରସ୍ତୁତି ନେଇ ମଧ୍ୟ ପ୍ରମାଣ ରହିଛି |

{"id":89734,"width":579,"height":324}

ଆଦିଲ ନିଜ ବୟାନରେ ଜୈସ ଆତଂକି ସଂଗଠନର ସଦସ୍ୟ ହେବା ନେଇ ଗର୍ବ ମଧ୍ୟ କରିଥିଲା | ହମଲା ପାଇଁ ବ୍ୟବହୃତ ହୋଇଥିବା ଗାଡିର ମାଲିକ ସଜ୍ଜାଦ ଭଟ୍ଟ ସମ୍ପର୍କରେ ମଧ୍ୟ ସମସ୍ତ ସୂଚନା ଅଛି | ସଜ୍ଜାଦ ଭଟ୍ଟ ପାଖରେ ଜୈସର ପୋଷ୍ଟର ମଧ୍ୟ ରହିଛି | ହମଲା ପୂର୍ବରୁ ଆତଙ୍କବାଦୀ କାମରାନ ପାକିସ୍ତାନ ଆତଙ୍କବାଦୀ ସହ କଥାବାର୍ତ୍ତା ହେବାର ପ୍ରମାଣ ମଧ୍ୟ ଅଛି | ପୁଲବାମାରେ ହୋଇଥିବା ହମଲା ପରେ ମସୁଦ ଖୁସି ଜାହିର କରିଥିବା ଅଡିଓ ଭିଡିଓ ଟେପ ମଧ୍ୟ ଅଛି | ଭାରତ ବିରୋଧରେ ମନ୍ତବ୍ୟ ଦେଉଥିବା ମସୁଦର ଅଡିଓ ମଧ୍ୟ ରିପୋର୍ଟରେ ଅଛି | ପିଓକେ ଵାଲାକୋଟରେ ଆତଙ୍କୀ ଶିବିରରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ତାଲିକା ମଧ୍ୟ ଅଛି | ମହାବଳପୁରରେ ଜୈସର ମୁଖ୍ୟ କାର୍ଯ୍ୟାଳୟ ସମ୍ପର୍କରେ ମଧ୍ୟ  ପ୍ରମାଣ ଅଛି |

{"id":89735}

ସମୁଦାୟ ୧୪ ପୃଷ୍ଠା ବିଶିଷ୍ଟ ରିପୋର୍ଟରେ ପୁଲବାମା ଆକ୍ରମଣର ସମସ୍ତ ପ୍ରମାଣ ଅଛି | ୧୪ ପୃଷ୍ଠାରେ ୧୪ ତାରିଖର ପୁରା ଘଟଣା ରହିଛି ଯାହା ପାକିସ୍ତାନ ଉଚ୍ଚାୟୁକ୍ତଙ୍କୁ ହସ୍ତାନ୍ତର କରାଯାଇଛି | ପାକିସ୍ତାନ ଜୈସ ସଂଗଠନ ଉପରେ ପ୍ରତିବନ୍ଧକ ଲଗାଉ ବୋଲି ଭାରତ ତରଫରୁ କୁହାଯାଇଛି | ମସୁଦ ଅଜହରକୁ ଗିରଫ କରାଯାଉ | ଭାରତ ସଂସଦ ଭବନରେ ହୋଇଥିବା ହମଲା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଭାରତ ଦାବି କରିଛି | ମସୁଦର ସମ୍ପତ୍ତିକୁ ପାକିସ୍ତାନ ସରକାର ଜବତ କରୁ | ପାକିସ୍ତାନ ନିଜ ଦେଶରୁ ଆତଙ୍କବାଦକୁ ସମ୍ପୂର୍ଣ ରୂପେ ବନ୍ଦ କରୁ ବୋଲି କୁହାଯାଇଛି |

{"id":89738}

ପୁଲବାମା ହମଲା ପରେ ଭାରତ ବିଶ୍ଵ ସ୍ଥରରେ ନିଜ ପକ୍ଷ ରଖିଛି | ଏଥିରୁ ସ୍ପଷ୍ଟ ଯେ, ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ପାଖରେ ଏହା ଶେଷ ମଉକା | କାରଣ ଆତଙ୍କବାଦ ବନ୍ଦ ନହେଲେ ଭାରତ ଭବିଷ୍ୟତରେ ରିପୋର୍ଟ ଜରିଆରେ ନିଁହେଁ ବରଂ ଅସ୍ତ୍ରଶସ୍ତ୍ରରେ ଯୁଦ୍ଧ ଲଢ଼ିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.