ବିଶ୍ୱକପ କ୍ରିକେଟ ପାଇଁ ଟିମ ଇଣ୍ଡିଆର ୧୫ ଜଣିଆ ଟିମ ଘୋଷଣା : ଜାଣନ୍ତୁ ଟିମରେ କିଏ କିଏ ଅଛନ୍ତି

Published By : Prameya-News7 Bureau | April 15, 2019 IST

ମୁମ୍ବାଇ ୧୫/୪ : ଦ୍ୱାଦଶ ଆଇସିସି ୱାର୍ଲଡ କପ କ୍ରିକେଟ ପାଇଁ ଭାରତୀୟ ଟିମ ଘୋଷଣା ହୋଇଛି | ଆଜି ମୁମ୍ବାଇରେ କ୍ରିକେଟ ମହାସମର ପାଇଁ ୧୫ ଜଣିଆ ଭାରତୀୟ ଟିମ ଘୋଷଣା ହୋଇଛି | ଅଖିଳ ଭାରତୀୟ ସିନିୟର ଚୟନ ସମିତି ଏହି ଟିମ ଘୋଷଣା କରିଛନ୍ତି | ଟିମରେ ଵିଶ୍ଵ ପନ୍ଥଙ୍କୁ ନିଆଯାଇନାହିଁ | ଏଥର ଦୀନେଶ କାର୍ତ୍ତିକଙ୍କୁ ଖେଳିବା ପାଇଁ ମୌକା ଦିଆଯାଇଛି |


ବିସିସିଆଇର ଚୟନ କମିଟି ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି ଯେ, ବଡ ବଡ ମ୍ୟାଚରେ ଉଇକେଟ କ୍ୱିପିଙ୍ଗ ପାଇଁ ଦୀନେଶ କାର୍ତ୍ତିକଙ୍କୁ ଚୟନ କରାଯାଇଛି | ବିଶ୍ୱକପ ୨୦୧୯ ଇଂଲଣ୍ଡ ଏବଂ ୱେଲସରେ ଖେଳାଯିବ | ବିଶ୍ୱକପ ମ୍ୟାଚ ମେ ୩୦ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ | ବିସିସିଆଇ ନିଜ ଟ୍ୱିଟର ପେଜରେ ଖେଳାଳୀଙ୍କ ନାଁ ଜାରି କରିଛନ୍ତି ଯେଉଁମାନଙ୍କ ନାଁ ଘୋଷଣା ହୋଇଛି |

wp:core-embed/twitter {"url":"https://twitter.com/BCCI/status/1117727380414427137","type":"rich","providerNameSlug":"twitter","className":""}
https://twitter.com/BCCI/status/1117727380414427137
/wp:core-embed/twitter


ଟିମରେ ଅଛନ୍ତି ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ, କେଏଲ ରାହୁଲ, ବିଜୟ ଶଙ୍କର, ମହେନ୍ଦ୍ର ସିଂ ଧୋନୀ, କେଦାର ଯାଦବ, ଦୀନେଶ କାର୍ତ୍ତିକ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରାହା, ହାର୍ଦିକ ପାଣ୍ଡ୍ୟା, ମୋ.ସାମୀ, ରବୀନ୍ଦ୍ର ଜାଡେଜା |


ବିଶ୍ୱକପ ଟିମ ଘୋଷଣାର ଶେଷ ତାରିଖ ଏପ୍ରିଲ ୨୩ ତାରିଖ | ବିସିସିଆଇ ୮ ଦିନ ପୂର୍ବରୁ ଭାରତୀୟ ଟିମ ଘୋଷଣା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.