ଧରାପଡିଥିବା ଚୀନ୍ ସୈନିକକୁ ଫେରାଇ ଦେଲା ଭାରତ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୧: ପୂର୍ବ ଲଦ୍ଦାଖର ଏଲଏସି ନିକଟରେ ୩ ଦିନ ପୂର୍ବେ  ଧରାପଡିଥିବା ଚୀନ୍‌ ସୈନିକକୁ ସୋମବାର ଫେରାଇ ଦିଆଯାଇଛି। ଚୁସୁଲ-ମୋଲ୍ଡୋ ସୈନ୍ୟ କ୍ୟାମ୍ପରେ ସକାଳ ୧୦ଟା ୧୦ ମିନିଟ୍‌ରେ ସୈନିକ ପିଏଲଏକୁ ହସ୍ତାନ୍ତରିତ ହୋଇଥିବା ସୈନ୍ୟ ସୂଚନାରୁ ଜଣାପଡିଛି।

ଗତ ୮ ତାରିଖ ଦିନ ଏହି ସୈନିକକୁ ଭାରତୀୟ ସେନା ପ୍ୟୋଙ୍ଗୟାଙ୍ଗ ହ୍ରଦର ଦକ୍ଷିଣ ଉପକୂଳରେ କାବୁ କରିଥିଲେ। ସୈନ୍ୟ ପ୍ରୋଟକଲ ଅନୁସାରେ ସୈନିକକୁ କବଜାକୁ ନିଆଯିବା ସହ ପଚରା ଉଚରା କରାଯାଇଥିଲା। ସୈନିକର ସମ୍ପୂର୍ଣ୍ଣ ଯାଞ୍ଚ ମଧ୍ୟ କରାଯାଇଥିଲା। ପିଏଲଏ ସୈନିକ ଭାରତ ହାତରେ ପଡିଥିବା ନେଇ ଚୀନକୁ ସୂଚିତ ମଧ୍ୟ କରାଯାଇଥିଲା।

ଏହାର ସ୍ପଷ୍ଟିକରଣରେ ଚୀନ୍‌ ଅନ୍ଧାରରେ ରାସ୍ତା ଭୁଲି ସୈନିକ ହୁଏତ ଭାରତୀୟ ସୀମାକୁ ଚାଲିଯାଇଥାଇ ପାରନ୍ତି ବୋଲି କୁହାଯିବା ସହ ତାକୁ ଫେରାଇ ଦେବାକୁ ନିବେଦନ କରିଥିଲା। ସେହି ଅନୁସାରେ ଭାରତୀୟ ସେନା ସୈନିକକୁ ଗହନ ପଚରା ଉଚରା କରିବା ପରେ ସୋମବାର ଫେରାଇ ଦେଇଛି।

ଭାରତୀୟ ସୀମାକୁ ଚୀନ୍‌ ସେନାର ସୈନିକ ପଶି ଆସିବା କିଛି ନୂଆ କଥା ନୁହେଁ। ଗତ ବର୍ଷ ମଧ୍ୟ ଜଣେ ସୈନିକ ଏହିପରି ଭାରତୀୟ ସୀମାକୁ ପଶି ଆସିଥିଲା। ତେବେ ସେତେବେଳେ ପଶୁ ଚରାଳିଙ୍କ ସହାୟତା କରିବା ବେଳେ ସେ ଭାରତୀୟ ସୀମାକୁ ପଶିଯାଇଥିବା ଚୀନ୍‌ ସଫେଇ ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.