Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାର୍ଡ ଫ୍ଲୁରେ ୧୧ ବର୍ଷୀୟ ବାଳକର ମୃତ୍ୟୁ, ଦିଲ୍ଲୀ ଏମ୍ସରେ ହେଉଥିଲେ ଚିକିତ୍ସିତ

20/07/2021 at 10:19 PM

ନୂଆଦିଲ୍ଲୀ ୨୦/୭: ଦେଶବାସୀ କରୋନା ମହାମାରୀ ଯୋଗୁଁ ତ୍ରାହିମାମ୍‌ କହୁଥିବା ବେଳେ ପୁଣି ଏକ ଖରାପ ଖବର ମିଳିଛି। ମଙ୍ଗଳବାର ଭାରତରେ H5N1 ଏଭିଏନ ଇନଫ୍ଲୁଏଞ୍ଜା (ବାର୍ଡ ଫ୍ଲୁ)ରେ ପ୍ରଥମ ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁରେ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ଏହା ପରେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଦିଲ୍ଲୀ ଏମ୍ସର ସମସ୍ତ ଡାକ୍ତର ଏବଂ କର୍ମଚାରୀଙ୍କୁ ଆଇସୋଲେଟ୍‌ କରାଯାଇଛି।

ଦେଶ ଦ୍ବିତୀୟ ଲହରରୁ ମୁକୁଳୁଥିବା ବେଳେ ଭୂତାଣୁର ତୃତୀୟ ଲହର ଆଶଙ୍କା ଭୟ ବଢ଼ାଇଛି। ସେପଟେ କେରଳେ ଜିକା ଭାଇରସ୍‌ ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇଛି। ଏବେ ବାର୍ଡ ଫ୍ଲୁରେ ବାଳକର ମୃତ୍ୟୁ ପରେ ସରକାରଙ୍କ ସାମ୍ନାରେ ନୂଆ ଆହ୍ବାନ ଛିଡ଼ା ହୋଇଛି। କେରଳରେ ଏବେ ସୁଦ୍ଧା ଜିକା ସଂକ୍ରମଣର ୩୮ ମାମଲା ରିପୋର୍ଟ ହୋଇଛି।

ତେବେ ଦେଶର ଦିଲ୍ଲୀ ସମେତ ୮ଟି ରାଜ୍ୟ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ ହରିଆଣାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଥିଲେ । ଏହାପରେ ସଂକ୍ରମଣ ରୋକିବାକୁ ଦେଶବ୍ୟାପୀ ସଂକ୍ରମିତ ପକ୍ଷୀମରା ଅଭିଯାନ ଆରମ୍ଭ କରାଯାଇଥିଲା।

ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀର ଲାଲକିଲ୍ଲାରେ ବାର୍ଡଫ୍ଲୁର ସଂକ୍ରମଣ ଚିହ୍ନଟ ହୋଇଥିଲା। ଏହାପରେ ଦିଲ୍ଲୀ ସରକାର ଘାଜିପୁର କୁକୁଡ଼ା ଚିକେନ ବଜାରକୁ ଓ ଫାର୍ମକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଫେବ୍ରୁଆରୀ ମାସରେ ଦିଲ୍ଲୀର ଜାତୀୟ ପ୍ରାଣୀ ଉଦ୍ୟାନରେ ମଧ୍ୟ କିଛି ସାମ୍ପଲ ପଜିଟିଭ୍ ଆସିଥିଲା। ପରେ ଏପ୍ରିଲ୍ ମାସରେ ହିମାଚଳ ପ୍ରଦେଶର ପୋଙ୍ଗ ଡାମ ହ୍ରଦରେ ୧୦୦ଟି ବିଦେଶାଗତ ପକ୍ଷୀ ମଡ଼କ ଦେଖାଯାଇଥିଲା।

   Related Posts