Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୮ ମାସ ପରେ କରୋନା ସଂକ୍ରମଣରେ ବଡଧରଣର ହ୍ରାସ, ଗତ ୨୪ଘଣ୍ଟାରେ ୮୬୩୫କୋଭିଡ଼ ଆକ୍ରାନ୍ତ ଚିହ୍ନଟ

2/02/2021 at 12:04 PM

ନୂଆଦିଲ୍ଲୀ ୦୨।୦୨: ଦେଶରେ କରୋନା  ସଂକ୍ରମିତଙ୍କ ସଂଖ୍ୟାରେ ବଡ଼ଧରଣର ହ୍ରାସ ପାଇଛି । ଗତ ୮ମାସ ମଧ୍ୟରେ ଏହା ସବୁଠାରୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟାରେ ବଡ଼ଧରଣର ହ୍ରାସ ପାଇଛି । ଦୈନିକ ମୃତକଙ୍କ ସଂଖ୍ୟା ୧୦୦ ତଳକୁ ରହିଛି । ତେବେ ଗତ ୨୪ଘଣ୍ଟାରେ ୮,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୪ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୮,୬୩୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୭,୬୬,୨୪୫ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୯୪ଜଣ କରୋନାରେ ଆଖିବୁଜିଛନ୍ତି । ଯାହାକୁ ମିଶାଇଦେଶ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାରେ ମୃତ୍ୟୁ ସଂଖ୍ୟା ୧.୫୪ ପାର୍‌ ହୋଇଛି ।

ଅନ୍ୟପଟେ ଦେଶରେ ଗତ ୨୪ଘଣ୍ଟାରେ ୧୩,୪୨୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ଯାଏଁ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୦୪,୪୮,୪୦୬ରେ ପହଞ୍ଚିଛି । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ ସଂଖ୍ୟା କମିବାରେ ଲାଗିବାରେ ଲାଗିଛି । ବର୍ତ୍ତମାନ ଦେଶରେ ୧, ୬୩,୩୫୩ ଆକ୍ଟିଭ୍‌ କେସ୍‌ ରହିଛି ।

   Related Posts