କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ଗତ ୨୪ଘଣ୍ଟାରେ ୨୦୫୫୦ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | December 30, 2020 IST

ନୂଆଦିଲ୍ଲୀ ୩୦।୧୨: କରୋନା ଭାଇରସରେ ଦୈନିକ ସଂକ୍ରମଣରେ ହ୍ରାସ ପରେ ପୁଣି ଥରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୨୦,୫୫୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ମଙ୍ଗଳବାର ଦିନ କରୋନା ସଂକ୍ରମଣରେ ବଡ଼ଧରଣ ହ୍ରାସ ପାଇଥିଲା । ଗତକାଲି ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ବୃଦ୍ଧି ପାଇଛି । ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ପାର୍‌ ହୋଇଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସର ୨୦,୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ଏବେ ଯାଏଁ ୧,୦୨,୪୪,୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ ୨୮୬ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୃତକଙ୍କ ସଂଖ୍ୟା ୧,୪୮,୪୩୯ରେ ପହଞ୍ଚିଛି ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮,୩୪,୧୪୧ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ମଧ୍ୟରେ ୨୬,୫୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନା ଭାଇରସ୍‌ର ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି । ଦେଶରେ କୋଭିଡ଼-୧୯ରେ ମୋଟ୍‌ ଆକ୍ଟିଭ୍ କେସ୍‌ ୨,୬୨,୨୭୨ରହିଛି । ସମସ୍ତ ଚିକିତ୍ସା ଜାରି ରହିଛି । ଦେଶରେ କୋଭିଡ଼ ଜନିତ ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଛି । ସେହିପରି କରୋନାର ସୁସ୍ଥ ହାର ୯୫,୮୨ ପ୍ରତିଶତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.