ଦେଶରେ ପୁଣି ବଢିଲା କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୨୦୦୨୧ କରୋନା ସଂକ୍ରମିତ ଚିହ୍ନଟ
28/12/2020 at 10:41 AM

ନୂଆଦିଲ୍ଲୀ ୨୮।୧୨: ଦେଶରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ପୁଣି ଥରେ ବଢିବାରେ ଲାଗିଛି । ଦେଶରେ ଗତ ୨୪ଘଣ୍ଟାରେ ୨୦,୦୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୭ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ପଟେ କରୋନାରୁ ସୁସ୍ଥ ହେବା ପ୍ରତିଶତ ୯୫ରୁ ଅଧିକ ରହିଛି ।
India reports 20,021 new COVID-19 cases, 21,131 recoveries, and 279 deaths in last 24 hours, as per Union Health Ministry
— ANI (@ANI) December 28, 2020
Total cases: 1,02,07,871
Active cases: 2,77,301
Total recoveries: 97,82,669
Death toll: 1,47,901 pic.twitter.com/4rp0O5MswG
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୨୦,୦୨୧ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ଯାଏଁ୧,୦୨, ୦୭,୮୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ସେହିପରି ଗତ ୨୪ ଘଣ୍ଟାରେ ୨୭୯ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧,୪୭,୯୦୧ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ପାର୍ । ଏବେ ଯାଏଁ ଦେଶରେ ମୋଟ କରୋନାରୁ ୯୭,୮୨,୬୬୯ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ଘଣ୍ଟାରେ ୨୧,୧୩୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଦେଶରେ କରୋନା ଭାଇରସର ଆକ୍ଟିଭ୍ କେସ୍ ଲଗାତର ଭାବେ ୩ଲକ୍ଷ ତଳେ ରହିଛି । ଦେଶରେ କରୋନା ଆକ୍ଟିଭ୍ କେସ୍ ୨,୭୭,୩୦୧ରେ ରହିଛି । ଯେଉଁମାନଙ୍କ ଚିକିତ୍ସା ଜାରି ରହିଛି । ଦେଶରେ କରୋନା ମୃତ୍ୟୁ ହାର ୧,୪୪ ପ୍ରତିଶତ ରହିଛି । କରୋନାରୁ ସୁସ୍ଥ ହୋଇଥିବା ହାର ୯୫,୮୨ ପ୍ରତିଶତ ରହିଛି ।