ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୧୯୦୭୮ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 02, 2021 IST

ନୂଆଦିଲ୍ଲୀ ୦୨।୦୧: ଦେଶରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟାରେ ଏବେ ହ୍ରାସ ପାଇବାରେ ଲାଗିଛି । ଦେଶରେ ଗତ ୨୪ଘଣ୍ଟାରେ ୧୯,୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ଘଣ୍ଟାରେ ୨୨୪ଜଣଙ୍କ ମୃତ୍ୟୁ ହୋଇଯାଇଛି । ଦେଶରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧,୦୩,୦୫,୭୮୮ରେ ପହଞ୍ଚିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୯,୦୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୪ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୩,୦୫,୭୮୮ ପହଞ୍ଚିଛି । ଅନ୍ୟପଟେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୯,୨୧୮ରେ ପହଞ୍ଚିଛି । ସେହିପରି ଦେଶରେ ଗତ ୨୪ଘଣ୍ଟାରେ  ୨୨,୯୨୬ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ମୋଟ ୯୯,୦୬,୩୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଗଲେଣି ।  

ଦେଶରେ ଏବେ କରୋନା ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି । ଦେଶରେ ମୋଟ କରୋନାର ଆକ୍ଟିଭ୍‌ କେସ୍‌ ୨,୫୦,୧୮୩ରେ ପହଞ୍ଚିଛି । ଲଗାତର ଭାବେ କରୋନାର ଆକ୍ଟିଭ୍‌ କେସ୍ ଓ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ବଡଧରଣ ପାର୍ଥକ୍ୟ ରହିଛି । ଅନ୍ୟପଟେ ଦେଶରେ ଆଜି ଠାରୁ କରୋନା ଭାକ୍‌ସିନ୍ ନେଇ ଡ୍ରାଏ ରନ୍‌ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.