ଦେଶରେ କୋଭିଡ଼ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଗତ ୨୪ଘଣ୍ଟାରେ ୧୮୬୪୫ କରୋନା ଆକ୍ରାନ୍ତ ଚିହ୍ନଟ

Published By : Prameya-News7 Bureau | January 10, 2021 IST

ନୂଆଦିଲ୍ଲୀ ୧୦।୦୧: କରୋନା ଭାଇରସର ସଂକ୍ରମଣ ବୃଦ୍ଧି ଓ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୧୮,୬୪୫ କରୋନା ସଂକ୍ରମିତ ଚିହ୍ନଟ । ଯାହାପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୦୪ କୋଟି ପାର୍‌ ହୋଇଯାଇଛି । ଗତକାଲି ତୁଳନାରେ ଆଜି ମୃତକଙ୍କ ସଂଖ୍ୟାରେ ମଧ୍ୟ  ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୨୦୧ଜଣଙ୍କ ମୃତ୍ୟୁ ହୋଇଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୮,୬୪୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୫୦,୨୮୪ରେ ପହଞ୍ଚିଛି । ସେହିପରି ଦେଶରେ ଏବେ ଯାଏଁ ଦେଶରେ ୧,୫୦,୯୯୯ ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।

ଅନ୍ୟପଟେ ଗୋଟିଏ ଦିନରେ ୧୯,୨୯୯ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୭୫,୯୫୦ରେ ପହଞ୍ଚିଛି । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍‌ ୩ଲକ୍ଷ ତଳେ ରହିଛି । ଏବେ ଦେଶରେ ମୋଟ କରୋନାର ଆକ୍ଟିଭ୍‌ କେସ୍‌ ୨,୨୩,୩୩୫ରେ ରହିଛନ୍ତି । ଯେଉଁମାନେ କି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.