ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ୧୮୨୨୨ କୋଭିଡ଼ ସଂକ୍ରମିତ ଚିହ୍ନଟ
9/01/2021 at 11:10 AM

ନୂଆଦିଲ୍ଲୀ ୦୯।୦୧: କରୋନା ଭାଇରସର ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ । ଯାହାପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୦୪ କୋଟି ପାର୍ ହୋଇଯାଇଛି । ଗତକାଲି ତୁଳନାରେ ଆଜି ମୃତକଙ୍କ ସଂଖ୍ୟାରେ ମଧ୍ୟ ହ୍ରାସ ପାଇଛି । ଗତ ୨୪ଘଣ୍ଟାରେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି ।
India reports 18,222 new COVID-19 cases, 19,253 discharges, and 228 deaths in last 24 hours, as per Union Health Ministry
— ANI (@ANI) January 9, 2021
Total cases: 1,04,31,639
Active cases: 2,24,190
Total discharges: 1,00,56,651
Death toll: 1,50,798 pic.twitter.com/FjJ61Gw0Hb
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୮,୨୨୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୪,୩୧,୬୩୯ରେ ପହଞ୍ଚିଛି । ଏବେ ଯାଏଁ ଦେଶରେ ୧,୫୦,୭୮୯ ଜଣ କରୋନାରେ ମୃତ୍ୟୁ ହୋଇସାରିଛି ।
ସେହିପରି ଗୋଟିଏ ଦିନରେ ୧୯,୨୫୩ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ କରୋନାରୁ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୫୬,୬୫୧ରେ ପହଞ୍ଚିଛି । ଦେଶରେ ଲଗାତର ଭାବେ କରୋନାର ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଏବେ ଦେଶରେ ୨,୨୪,୧୯୦ କରୋନା ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଉଛନ୍ତି ।