କରୋନା ଗ୍ରାଫ୍‌ ଏବେ ଉପରମୁହାଁ, ଗତ ୨୪ଘଣ୍ଟାରେ ୧୬,୯୪୬ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 14, 2021 IST

ନୂଆଦିଲ୍ଲୀ ୧୪।୦୧: ଖସୁଛି-ବଢୁଛି କରୋନା ଗ୍ରାଫ । ଦେଶରେ ଗତ ୨ ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨.୫ଲକ୍ଷ ତଳେ ରହିଛି ।  

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୫, ୧୨, ୦୯୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୧,୭୨୭ରେ ପହଞ୍ଚିଛି ।

wp:html /wp:html

ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ହ୍ରାସ ପାଉଛି ଆକ୍ଟିଭ୍‌ କେସ୍‌ ସଂଖ୍ୟା । ଗତ ୨୪ଘଣ୍ଟାରେ ୧୭,୬୫୨ କରୋନା ସଂକ୍ରମିତ ମହାମାରୀ କବଳରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକି ଏବେ ଯାଏଁ ମୋଟ ୧,୦୧,୪୬,୭୬୩ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ସେହିପରି ଦେଶରେ ଏବେ ମୋଟ ଆକ୍ଟିଭ୍‌ କେସ୍‌ ସଂଖ୍ୟା ୨,୧୩,୬୦୩ରେ ରହିଛି । ଲଗାତର ଭାବେ ଦେଶରେ ଆକ୍ଟିଭ୍‌ କେସ୍ ସଂଖ୍ୟା କମିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.