କରୋନା ସଂକ୍ରମଣରେ ବଡଧରଣ ହ୍ରାସ, ଗତ ୨୪ ଘଣ୍ଟାରେ ୧୬୫୦୫ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 04, 2021 IST

ନୂଆଦିଲ୍ଲୀ ୦୪।୦୧ : କରୋନା ଭାଇରସରେ ସଂକ୍ରମଣରେ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୧୬,୫୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ମୁକାବିଲାରେ ସଂକ୍ରମଣ ସଂଖ୍ୟା ଆହୁରି କମିଛି । ରବିବାର ଦିନ ୧୮,୧୭୭ କୋଭିଡ଼ ସଂକ୍ରମିତ ଚିହ୍ନଟ ହୋଇଥିଲେ । ତେବେ ଏବେ କରୋନା ସଂକ୍ରମଣମୁକ୍ତ ସଂଖ୍ୟା ୯୯ଲକ୍ଷ ପାର୍‌ ହୋଇଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ୧୬,୫୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୪ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୩,୪୦,୪୭୦ରେ ପହଞ୍ଚିଛି । ସେହିପରି ମୃତକ ସଂଖ୍ୟା ୧,୪୬,୬୪୯ରେ ପହଞ୍ଚିଛି ।

ଅନ୍ୟପଟେ ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୯୯,୪୬,୮୬୭ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୧୯,୫୫୭ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ଓ ସୁସ୍ଥ ସଂଖ୍ୟା ମଧ୍ୟରେ ବଡ଼ ଧରଣ ପାର୍ଥକ୍ୟ ରହିଛି । ଦେଶରେ ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି । ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୨,୪୩,୯୫୩ ରହିଛି ।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.