କରୋନାର ଦୈନିକ ସଂକ୍ରମଣରେ ବଡଧରଣର ହ୍ରାସ, ଗତ ୨୪ଘଣ୍ଟାରେ ୧୬୪୩୨ ନୂଆ କୋଭିଡ଼ ସଂକ୍ରମିତ ଚିହ୍ନଟ
29/12/2020 at 10:46 AM

ନୂଆଦିଲ୍ଲୀ ୨୯।୧୨: କରୋନା ଭାଇରସର ଦୈନିକ ସଂକ୍ରମଣରେ ପୁଣି ଥରେ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଦୈନିକ ସଂକ୍ରମଣରେ ବଡଧରଣ ହ୍ରାସ ପାଇଥିବାର ଦେଖିବାକୁ ମିଳିଛି । ଗତ ୨୪ଘଣ୍ଟାରେ ୧୬,୪୩୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଗତ କିଛି ମଧ୍ୟରେ ସବୁଠାରୁ କମ୍ ଧରଣର ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ ଲକ୍ଷ ପାର୍ ହୋଇଛି ।
India reports 16,432 new COVID-19 cases, 24,900 recoveries, and 252 deaths in last 24 hours, as per Union Health Ministry
— ANI (@ANI) December 29, 2020
Total cases: 1,02,24,303
Active cases: 2,68,581
Total recoveries: 98,07,569
Death toll: 1,48,153 pic.twitter.com/gPTZWjXkWm
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସର ୧୬,୪୩୨ ଜଣ ସଂକ୍ରମିତ ହୋଇଛନ୍ତି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୨,୨୪,୩୦୩ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୫୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୪୮,୧୫୩ରେ ପହଞ୍ଚିଛି ।
ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୮,୦୭,୫୬୯ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୨୪,୯୦୦ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଦେଶରେ ବର୍ତ୍ତମାନ କରୋନାର ଆକ୍ଟିଭ୍ କେସ୍ ୨,୬୮,୫୮୧ରେ ପହଞ୍ଚିଛି । ଦେଶରେ କରୋନାର ମୃତ୍ୟୁ ହାର ୧.୪୪ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହେବା ହାର ୯୫,୮୨ ପ୍ରତିଶତରେ ରହିଛି ।