ଦେଶରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୬,୩୧୧ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 11, 2021 IST

ନୂଆଦିଲ୍ଲୀ ୧୧।୦୧ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବଡ଼ଧରଣର ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୬,୩୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୧ଜଣଙ୍କ ମୃତ୍ୟୁ ହୋଇଛି ।  ଦେଶରେ ଏକ କୋଟିରୁ ଅଧିକ ବ୍ୟକ୍ତି କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।  

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୬,୩୧୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୪,୬୬,୫୯୫ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୬୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାପରେ ଦେଶରେ ମୋଟ କରୋନାରେ ମୃତ୍ୟୁ ହୋଇଖିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୧,୧୬୦ରେ ପହଞ୍ଚିଛି ।

ଅନ୍ୟପଟେ କରୋନାରୁ ଗତ ୨୪ଘଣ୍ଟାରେ ୧୯,୨୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହିତ କରୋନାରୁ ଏବେ ଯାଏଁ ୧,୦୦,୯୨,୯୦୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଲଗାତର ଭାବେ ଦେଶରେ ଆକ୍ଟିଭ୍‌ କେସ୍‌ ସଂଖ୍ୟା ହ୍ରାସ ପାଉଛି । ଦେଶରେ ବର୍ତ୍ତମାନ ଯାଏଁ ୨,୨୨,୫୨୬ଟି ଆକ୍ଟିଭ୍‌ କେସ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.