Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ଦେଶରେ ବୃଦ୍ଧି ପାଇଲା କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା, ଗତ ୨୪ଘଣ୍ଟାରେ ୧୫୯୬୮ କରୋନା ସଂକ୍ରମିତ ଚିହ୍ନଟ

13/01/2021 at 11:06 AM

ନୂଆଦିଲ୍ଲୀ ୧୩।୦୧: ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ବୃଦ୍ଧ-ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ତୁଳନାରେ ବୁଧବାର ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ ଦେଶରେ ୧୫.୯୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୦୨ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଲଗାତର ଭାବେ ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ ୧୫,୯୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏବେ ଯାଏଁ ଦେଶରେ ମୋଟ ୧,୦୪,୯୫,୧୪୭ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୨୦୨ଜଣ କରୋନାରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ଯାଏଁ ଦେଶରେ ମୃତ୍ୟୁ ସଂଖ୍ୟା ୧,୫୧,୫୨୯ରେ ପହଞ୍ଚିଛି । ମୋଟ ମୃତକଙ୍କ ସଂଖ୍ୟା ୧.୫ ଲକ୍ଷ ପାର୍‌ ହୋଇଛି ।   

ସେହିପରି ଗତ ୨୪ଘଣ୍ଟାରେ ୧୭,୮୧୭ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏବେ ଯାଏଁ ମୋଟ ୧,୦୧,୨୯,୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ କ୍ରମାଗତ ଭାବେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି । ଲଗାତର ଭାବେ ଦେଶରେ ଆକ୍ଟିଭ୍‌ କେସ୍‌ ୩ଲକ୍ଷ ତଳେ ରହିଛି । ଏବେ ଯାଏଁ ଦେଶରେ ୨,୧୪,୫୦୭ଟି କରୋନା ଆକ୍ଟିଭ୍‌ କେସ୍‌ ରହିଛି । ଯାହାକି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।   

   Related Posts