ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭।୦୧: ବିଶ୍ୱର ସବୁଠାରୁ ବଡ଼ କୋଭିଡ଼ ଟିକାକରଣ ଭାରତରେ ଆରମ୍ଭ ହୋଇଛ । ଆଦି ୨ୟ ଦିନରେ କରୋନା ଟିକାକରଣ ଜାରି ରହିଛି ।ତେବେ ଏସବୁ ଭିତରେ ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୮୧ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ଆକ୍ଟିଭ୍‌ କେସ୍‌ ୨.୫ ଲକ୍ଷ ତଳେ ରହିଛି ।

wp:html /wp:html

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ଘଣ୍ଟାରେ ଦେଶରେ କରୋନା ଭାଇରସରେ ୧୫,୧୪୪ଜଣ ସଂକ୍ରମିତ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୦୫,୫୭,୯୮୫ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୮୧ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶରେ ୧,୫୨,୨୭୪ଜଣ କରୋନାରେ ମୃତ୍ୟୁ ହୋଇସାରିଛନ୍ତି ।

 ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢିଛାଲିଛି । ଗତ ୨୪ଘଣ୍ଟାରେ ୧୭,୧୭୦ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଯାଏଁ ଦେଶରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୧,୦୧,୯୬,୮୮୫ରେ ପହଞ୍ଚିଛି ।  ଲଗାତର ଭାବେ କରୋନାରୁ ସୁସ୍ଥ ହୋଇଥିବା ଲୋକ ଓ ଆକ୍ଟିଭ୍‌ କେସ୍‌ ମଧ୍ୟରେ ବଡ଼ଧରଣ ପାର୍ଥକ୍ୟ ରହିଛି । ଦେଶରେ ଏବେ କରୋନାର ଆକ୍ଟିଭ୍‌ କେସ୍‌ ୨,୦୮,୮୨୬ରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.