ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ

Published By : Prameya-News7 Bureau | January 25, 2021 IST

ନୂଆଦିଲ୍ଲୀ ୨୫।୦୧: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି-ହ୍ରାସ ପାଇବାରେ ଲାଗିଛି । ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ ଚିହ୍ନଟ ହୋଇଥିବା ବେଳେ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଲଗାତର ଭାବେ ୧୫ହଜାର ତଳେ ଦୈନିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ୨ଲକ୍ଷ ତଳେ ରହିଛି ।

wp:html /wp:html

ଖବର ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଯାହାଫଳରେ କି ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୬ଲକ୍ଷ ୬୭ହଜାର ୭୩୬ରେ ପହଞ୍ଚିଛି । ସେହିପରି ଗତ ୨୪ଘଣ୍ଟାରେ ୧୩୧ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହାଫଳରେ ଦେଶରେ କରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୩ହଜାର ୪୭୦ରେ ପହଞ୍ଚିଛି ।

ସେହିପରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୩,୨୯୮ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହାକୁ ମିଶାଇ ଦେଶରେ ମୋଟ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୧,୦୩,୩୦,୦୮୪ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିବାରେ ଲାଗିଛି । ବର୍ତ୍ତମାନ ଦେଶରେ ୧,୮୪,୧୮୨ ଆକ୍ଟିଭ୍‌ କେସ୍‌ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.