Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନେପାଳରେ ନୂତନ ନକ୍ସା ଉପରେ ଭୋଟିଂ ଆଜି, ଭାରତ ମନେ ପକାଇ ଦେଲା ଦୁଇ ଦେଶର ସାଂସ୍କୃତିକ ସମ୍ବନ୍ଧ

13/06/2020 at 2:57 PM

ନୂଆଦିଲ୍ଲୀ ୧୩।୦୬: ନେପାଳର ନୂତନ ରାଜନୈତିକ ନକ୍ସାକୁ ଆଇନର ରୂପ ଦେବା ଲାଗି ସେଠାକାର ସଂସଦରେ ଆଜି ମତଦାନ ହେବାକୁ ଯାଉଛି। କୁହାଯାଉଛି ଯେ, ମତଦାନରେ ନୂତନ ନକ୍ସା ସମ୍ବନ୍ଧିତ ବିଧେୟକ ଗୃହୀତ ହୋଇଯିବ। ଅନ୍ୟପଟେ ବିବାଦ ସୃଷ୍ଟି ନକରିବାକୁ ଭାରତ ପକ୍ଷରୁ ନେପାଳକୁ ଦୁଇ ଦେଶ ମଧ୍ୟରେ ଥିବା ପୁରାତନ ସାଂସ୍କୃତିକ ସମ୍ବନ୍ଧକୁ ମନେ ପକାଇ ଦେଇଛି।

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ ନେପାଳ ସମ୍ମୁଖରେ ଆମର ନୀତି ସ୍ପଷ୍ଟ କରି କରି ସାରିଛୁ। ଆମେ ଚାହୁଁଛୁ ନେପାଳ ସହିତ ପୁରାତନ ସାଂସ୍କୃତିକ ଓ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ଜାରି ରହୁ। ଉଲ୍ଲେଖଯୋଗ୍ୟ, ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ କହିଥିଲେ ଯେ, ଯଦି ଭାରତ ଆଲୋଚନା ପାଇଁ ଇଚ୍ଛୁକ ତେବେ ଏହି ବିବାଦର ସମାଧାନ ହୋଇ ପାରିବ। ଭାରତ କ୍ରମାଗତ ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ ଉପରେ ଜୋର୍ ଦେଇ ଆସିଛି।

କରୋନା ସଙ୍କଟ ବେଳେ ଭାରତ କରିଛି ସାହାଯ୍ୟ

ଏହା ମଧ୍ୟରେ ଭାରତ ପକ୍ଷରୁ ନେପାଳକୁ କରୋନା ସଙ୍କଟ ସମୟରେ କରାଯାଇଥିବା ସହାୟତାକୁ ମଧ୍ୟ ମନେ ପକାଇ ଦିଆଯାଇଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବଙ୍କ ଅନୁଯାୟୀ, ଭାରତ ପକ୍ଷରୁ ନେପାଳକୁ ୨୫ ଟନ୍ ଡାକ୍ତରୀ ଉପକରଣ  ଯୋଗାଇ ଦିଆଯାଇଥିଲା। ଏଥିରେ ବିପୁଳ ମାତ୍ରାରେ ପାରାସିଟାମଲ ଏବଂ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ମଧ୍ୟ ସାମିଲ। ଏହା ସହିତ ଟେଷ୍ଟ କିଟ୍‌ ଓ କରୋନା ଚିକିତ୍ସା ସମ୍ବନ୍ଧିତ ଉପକରଣ ମଧ୍ୟ ସାମିଲ ଥିଲା।

ନେପାଳ ସେହି ଦେଶଗୁଡିକ ମଧ୍ୟରେ ସାମିଲ ଥିଲା, ଯାହାକୁ ଭାରତ ପ୍ରଥମ ପର୍ଯ୍ୟାୟରେ ହିଁ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଔଷଧ ଯୋଗାଇ ଦେଇଥିଲା। ଏହା ସହିତ ଭାରତ ବିଦେଶରେ ଫସି ରହିଥିବା ନେପାଳି ନାଗରିକଙ୍କୁ ମଧ୍ୟ  ବାହାର କରିବାରେ ବଡ ଧରଣରେ ସାହାଯ୍ୟ କରିଥିଲା। ସୀମା ବିବାଦ ମଧ୍ୟରେ ବି ଭାରତ ଏହାକୁ ମଧ୍ୟ ଧ୍ୟାନରେ ରଖିଛି ଯେ, କୌଣସି ପରିସ୍ଥିତିରେ ବି ନେପାଳକୁ ଜରୁରୀ ସାମଗ୍ରୀ ଯୋଗାଣ ବନ୍ଦ ହେବ ନାହିଁ। ଭାରତ ମାନବୀୟତାକୁ ସବୁଠୁ ଉପରେ ରଖିଛି।

   Related Posts