Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାଣି ବିବାଦ : ପାକିସ୍ତାନର ଆରୋପକୁ ଖଣ୍ଡନ କଲା ଭାରତ , କହିଲା- ପାଣି ବନ୍ଦ କରାଯାଇନି,ବିଫଳତାକୁ ଲୁଚାଇବାକୁ ଜଳ-ଆତଙ୍କବାଦକୁ ଉସକାଉଛି ଇସଲାମାବାଦ

6/02/2020 at 4:39 PM

ନୂଆଦିଲ୍ଲୀ ୬/୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯୬୦ମସିହାରେ ସିନ୍ଧୁ ଜଳ ଚୁକ୍ତି ହୋଇଥିଲା। ଚୁକ୍ତି ଏୟା ଥିଲା ଯେ ସିନ୍ଧୁ ଏବଂ ଏହାର ଶାଖା ନଦୀର କେତେ ଭାଗ ପାଣି ପାକିସ୍ତାନକୁ ମିଳିବ ଏବଂ କେତେ ଭାଗ ପାଣି ଭାରତକୁ ମିଳିବ।

ଚୁକ୍ତି ହେବାର ୬୦ବର୍ଷ ପୂରି ସାରିଲାଣି। ଏବେ କିଛି ଦିନ ତଳେ ପାକିସ୍ତାନୀ ମିଡିଆରେ ଖବର ଆସିଥିଲା ଯେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ଅମାନ୍ୟ କରିବା ପାଇଁ ପ୍ରସ୍ତୁତି କରୁଛି ଏବଂ ଏଥିପାଇଁ ଭାରତ ମିଳିତ ଜାତିସଙ୍ଘରେ ଅନେକ ଦେଶର ସମର୍ଥନ ଲୋଡ଼ୁଛି। ତାଙ୍କ କହିବା ଅନୁସାରେ ଭାରତ ଏହି ନଦୀର ପାଣି ପାକିସ୍ତାନର ଆଡ଼କୁ ବୋହିବାକୁ ରୋକିବାକୁ ଚାହୁଁଛି।

ଏବେ ଭାରତ ତରଫରୁ ସିନ୍ଧୁ ଜଳ କମିଶନର ପିକେ ସକ୍ସେନା ଜବାବ ଦେଇଛନ୍ତି। ସେ କହିଛନ୍ତି,

 ‘ପାକିସ୍ତାନରେ ଜଳ ସଙ୍କଟରେ ଭାରତର କୌଣସି ନେଣ-ଦେଣ ନାହିଁ। ସେ ନିଜ ଦେଶର ଲୋକଙ୍କ ଧ୍ୟାନ ନିଜ ବିଫଳତାରୁ ହଟାଇବାକୁ ଚାହାନ୍ତି ଏବଂ ଏଥିପାଇଁ ଭାରତର ନାଁ ଖରାପ କରୁଛନ୍ତି। ଭାରତ ଏହି ଚୁକ୍ତିର ସର୍ତ୍ତଗୁଡ଼ିକ ପୂର୍ବରୁ ମଧ୍ୟ ବଜାୟ ରଖିଥିଲା ଏବଂ ଏବେ ବି।’

ସେ ଆହୁରି ମଧ୍ୟ କହିଛନ୍ତି ଯେ ପାଣିକୁ ନେଇ ଏପରି ମିଥ୍ୟା ପ୍ରଚାର କରିବା ପାକିସ୍ତାନର ନୂଆ ‘ଜଳ ଆତଙ୍କବାଦ’ ଅଟେ। ଏସବୁ ଯୋଜନା ଜାମ୍ମୁ-କାଶ୍ମୀରର ଅବସ୍ଥାକୁ ଅସ୍ଥିର କରିବା ପାଇଁ ହୋଇଛି। ଏହା କେବଳ ଭୁଲ୍ ନୁହେଁ ବରଂ ଜଳ ଚୁକ୍ତିର ବିରୋଧୀ ମଧ୍ୟ।

ପିକେ ସକ୍ସେନା କହିଛନ୍ତି- ପାକିସ୍ତାନର ସମସ୍ୟା ହେଉଛି ଏହା ଯେ ଏହା ବିଶ୍ବର ସବୁଠୁ ଖରାପ ଜଳ ପରିଚାଳନା କରୁଥିବା ଦେଶ। ପାକିସ୍ତାନରେ ଜଳ ଉତ୍ପାଦନ ବିଶ୍ବର ବାକି ଦେଶ ତୁଳନାରେ କମ୍। ତାଙ୍କ ଦେଶରେ ପାଖାପାଖି ୯୦% ପାଣି ଚାଷ କାମରେ ବ୍ୟବହାର କରାଯାଇଥାଏ। କିନ୍ତୁ ୭୦ରୁ ୭୫ପ୍ରତିଶତ ପାଣି ଚାଷ କାମରେ ବ୍ୟବହାର କରାଯିବା କଥା। ତାଙ୍କ ଦେଶରେ ଚାଷକାମରେ ସବୁଠୁ ବେଶୀ ପାଣି ବ୍ୟବହାର କରାଯାଇଥାଏ। କାରଣ ସେମାନେ ଏବେ ବି ପୁରୁଣା ଉପାୟ ଅବଲମ୍ବନ କରୁଛନ୍ତି। ପାକିସ୍ତାନର ଯେତେ ପାଣି ବରବାଦ ହୋଇ ସମୁଦ୍ରରେ ମିଶୁଛି ତାହା ଭାରତ ତୁଳନାରେ ଦୁଇ ଗୁଣ ଅଧିକ।

   Related Posts