Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଫିଙ୍ଗର ଏରିୟା ନେଇ ଚୀନ୍‌ର ନୂଆ ଚାଲ ବିଫଳ, ସେନା ହଟାଇବାକୁ ମନା କଲା ଭାରତ

23/08/2020 at 7:06 PM

ନୂଆଦିଲ୍ଲୀ ୨୩।୮: ପୂର୍ବଲଦ୍ଦାଖର ଫିଙ୍ଗର କ୍ଷେତ୍ରକୁ ନେଇ ଗତ ୩ ମାସ ହେଲା ବିବାଦ ଲାଗି ରହିଛି। ଏଥିରେ ଚୀନ୍‌ ସରକାର ଦେଇଥିବା ନୂଆ ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇଛି। ଏହା ସହ ଯେଉଁଠାରେ ଭାରତ ସେନା ମୁତୟନ ଅଛନ୍ତି ସେଠାରୁ ଇଞ୍ଚେ ମଧ୍ୟ ପଛକୁ ହଟିବନି ବୋଲି ରୋକଠୋକ ଶୁଣାଇ ଦେଇଛି।

ଫିଙ୍ଗର ଏରିଆକୁ ନେଇ ଚୀନ୍‌ ନୂଆ ଚାଲ ଖେଳୁଛି। ଏଥିଲାଗି ଦୁଇ ଦେଶ ନିଜନିଜ ସେନାଙ୍କୁ ସମାନ ଦୂରତାରେ ପଛକୁ ହଟାଇବା ଲାଗି ନୂଆ ଦିଲ୍ଲୀକୁ ପରାମର୍ଶ ଦେଇଛି। ଏହା ଦ୍ୱାରା ଚୀନ୍‌ ଭାରତ ସୀମାରେ ଏକ ନୂଆ ବଫର ଜୋନ ନିର୍ମାଣ କରିବା ଲାଗି କରିଥିବା ଚାଲ ଜଣାପଡିଥିବା ବେଳେ ଭାରତ ନିଜର ଯଥାସ୍ଥିତିରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଛି। ଚୀନ୍‌ ସେନା ସିରିଜାପ୍ କ୍ଷେତ୍ରରେ ନିଜର ଯଥାସ୍ଥିତି ବହାଲ ନ କରିବା ପର୍ଯ୍ୟନ୍ତ ଭାରତ ଚୀନ୍‌ର କୌଣସି କଥା ଶୁଣିବ ନାହିଁ ବୋଲି  ମଧ୍ୟ କହିଦେଇଛି।

ତେବେ ଭାରତ ସରକାର ଏ ନେଇ ଏପର୍ଯ୍ୟନ୍ତ ଅଧିକାରୀକ ପୁଷ୍ଟି କରିନଥିଲେ ହେଁ ସେନାର ଯଥାସ୍ଥିତି ବଦଳିବନି ବୋଲି ସ୍ପଷ୍ଟ ହୋଇଯାଇଛି। ଭାରତ ଚୀନ୍‌କୁ ଫିଙ୍ଗର ଫୋର ଓ ଫିଙ୍ଗର ଫାଇଭ୍ କ୍ଷେତ୍ର ସମ୍ପୂର୍ଣ୍ଣ ଖାଲି କରିଦେବା ଦରକାର ବୋଲି କହିଛି। ଏପରି କିଛି ନ କରି ନୂଆ ନୂଆ ପ୍ରସ୍ତାବ ଦେବାର କୌଣସି ମୂଲ୍ୟନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛି। କାରଣ ଭାରତ କାହା ଭୂମିକୁ ଅନୁପ୍ରବେଶ କରିନାହିଁ କି ନିଜ ଭୂମିରେ ଅନୁପ୍ରବେଶ ବରଦାସ୍ତ କରେନି ବୋଲି ମଧ୍ୟ ସ୍ପଷ୍ଟ କରିଦେଇଛି।  

   Related Posts