କରୋନା ସଂକ୍ରମଣ ମୁକାବିଲା ପାଇଁ ଚୀନ ଭାରତକୁ ଦେଲା ୧.୭୦ ଲକ୍ଷ PPE ସୁଟ୍

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬।୦୪: ଦେଶରେ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ପାଇଁ ସରକାରୀସ୍ତରରେ ସମସ୍ତ ପ୍ରୟାସ ଜାରି ରହିଛି। ଡାକ୍ତର ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଉଛି। ଏହା ମଧ୍ୟରେ ଚୀନ ଭାରତକୁ ପ୍ରାୟ ଏକ ଲକ୍ଷ ୭୦ ହଜାର ପର୍ସନାଲ ପ୍ରୋଟେକ୍ସ ଇକ୍ୟୁପମେଣ୍ଟ(PPE) ଯୋଗାଇ ଦେଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଭାରତକୁ ଏହି ସବୁ ଉପକରଣ ସୋମବାର ମିଳି ଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ଘରୋଇସ୍ତରରେ ମଧ୍ୟ ୨୦ ହଜାର ପିପିଇ ସୁଟ୍ ପ୍ରାପ୍ତ ହୋଇଛି। ଏମିତିରେ ମୋଟ୍ ୧.୯୦ ପିପିଇ ସୁଟ୍‌କୁ ଶୀଘ୍ର ହସ୍ପିଟାଲ ଓ ଡାକ୍ତରଙ୍କୁ ଉପଲବ୍ଧ କରାଯିବ। ଏହା ବ୍ୟତୀତ ଦେଶରେ ପୂର୍ବରୁ ୩ ଲକ୍ଷ ୮୭ ହଜାର ୪୭୩ ପିପିଇ ସୁରକ୍ଷା ସୁଟ୍ ଉପଲବ୍ଧ ରହିଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କେନ୍ଦ୍ର ସରକାର ପକ୍ଷରୁ ଏ ପର୍ଯ୍ୟନ୍ତ ରାଜ୍ୟଗୁଡିକୁ ୨ ଲକ୍ଷ ୯୪ ହଜାର ପିପିଇ ସୁଟ୍ ଉପଲବ୍ଧ କରାଯାଇଛି। ଏହା ସହିତ ରାଜ୍ୟକୁ ୨  ଲକ୍ଷ ଏନ-୯୫ ମାସ୍କ ମଧ୍ୟ ଯୋଗାଇ ଦିଆଯାଇଛି। ଏହାକୁ ମିଶାଇ ମୋଟ୍ ୨୦ ଲକ୍ଷ ଏନ-୯୫ ମାସ୍କ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଲବ୍ଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.