Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନାନକାନ୍ ସାହିବ ଗୁରୁଦ୍ୱାରା ଆକ୍ରମଣ ଘଟଣାକୁ ନେଇ ଭାରତର ତୀବ୍ର ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛି ପାକ୍ ବିଦେଶ ମନ୍ତ୍ରାଳୟ

4/01/2020 at 3:45 PM

ନୂଆଦିଲ୍ଲୀ ୪।୧: ପାକିସ୍ତାନ ପଞ୍ଜାବ ପ୍ରଦେଶର ନାନକାନସାହିବସ୍ଥିତ ଗୁରୁଦ୍ୱାରା ଉପରେ ଶୁକ୍ରବାର ପଥର ମାଡ ଘଟଣାକୁ ନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପବିତ୍ର ଧାର୍ମିକ ସ୍ଥଳମାନଙ୍କୁ ଉଜାଡିବା ଲାଗି ଏଭଳି ଘଟଣାକୁ ଭାରତ ସରକାର କଡା ଶବ୍ଦରେ ନିନ୍ଦା କରନ୍ତି ବୋଲି ଭାରତ ପକ୍ଷରୁ ବୈଦେଶିକମନ୍ତ୍ରାଳୟ ପାକିସ୍ତାନକୁ ଜଣାଇଦେଇଛନ୍ତି। ଏଥିରେ ଗୁରୁଦ୍ୱାରା ଓ ସଂଖ୍ୟାଲଘୁ ଶିଖ୍ ସମ୍ପ୍ରଦାୟଙ୍କ ସୁରକ୍ଷା ଲାଗି ପାକ୍ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଭାରତ ସରକାର ପାକ୍‌କୁ କହିଛନ୍ତି। 

ସେପଟେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ପାକ୍ ବୈଦେଶିକ ମନ୍ତ୍ରାଳୟ ଏକ ବିଜ୍ଞପ୍ତିଜାରି କରିଥିଲା। ଏଥିରେ ନାନକାନ ସାହିବରେ ୨ ମୁସଲମାନ ଗୋଷ୍ଠୀଙ୍କ ମଧ୍ୟରେ ସାମାନ୍ୟ ଗଣ୍ଡଗୋଳ ଘଟିଥିବା କୁହାଯାଇଥିବା ବେଳେ କୌଣସି ଧାର୍ମିକ ସ୍ଥଳରେ ଅଘଟଣର ଅଭିଯୋଗକୁ ଅସ୍ୱୀକାର କରାଯାଇଥିଲା। ତେବେ ଭାରତର ପ୍ରତିକ୍ରିୟା ପରେ ପାକିସ୍ତାନ ହଲଚଲ ଆରମ୍ଭ ହୋଇଛି। 

କିଛି ଲୋକେ ନାନକାନସାହିବ ଗୁରୁଦ୍ୱାରକୁ ଘେରାଉ କରି ଟେକାପଥର ମାଡ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପାକ୍ ନିଜ ଆଡୁ ସେଠାରେ ସେଭଳି କିଛି ଘଟିନଥିବା ଓ ପାକ୍ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ସୁରକ୍ଷା ଲାଗି ସଂକଳ୍ପ ବଦ୍ଧ ଥିବା ଦାବି କରିଥିଲା। ତେବେ ଶନିବାର ଘଟଣା ସ୍ପଷ୍ଟ ହୋଇଯାଇଛି। ଗୁରୁଦ୍ୱାରାର ଜନୈକ କର୍ମଚାରୀଙ୍କ ଝିଅକୁ ବଳପୂର୍ବକ ଅପହରଣ କରିଥିବା ଯୁବକ ଓ ପରିବାର ଲୋକେ ସେଠାରେ ଏହି କାଣ୍ଡ ଭିଆଇଥିଲେ ବୋଲି ଜଣାପଡିଛି।

ଭାରତ ବୈଦେଶିକମନ୍ତ୍ରାଳୟ ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିବା ସହ କୌଣସି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବତୀଙ୍କ ଅପହରଣ ଓ ବଳପୂର୍ବକ ଧର୍ମାନ୍ତରଣ କରାଇଥିବା ଲୋକଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ବଦଳରେ ପାକ୍ ସରକାର ଜାଣିଶୁଣି ଏଭଳି ଘଟଣାକୁ ପ୍ରୋତ୍ସାହନ ଦେଉଛନ୍ତି। ଏଣୁ ଘଟଣାରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଭାରତ ସରକାର ଦାବି କରିଛନ୍ତି।

   Related Posts