Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦: ୧୦୭ ଦେଶ ମଧ୍ୟରେ ୯୪ତମ ସ୍ଥାନରେ ଭାରତ, ୧୪ ପ୍ରତିଶତ ଜନସଂଖ୍ୟା କୁପୋଷଣର ଶିକାର

17/10/2020 at 12:06 PM

ନୂଆଦିଲ୍ଲୀ ୧୭/୧୦: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ ରିପୋର୍ଟ ଜାରି ହୋଇଛି। ତେବେ ଏଥର ଭାରତର ସ୍ଥାନ ପୁର୍ବ ତୁଳନାରେ ସୁଧୁରିଛି। ତଥାପି ଏବେ ବି ଭାରତ କିଛି ପଡୋଶୀ ଦେଶ ଠାରୁ ପଛରେ ରହିଛି। ଏଇ ଯେମିତି ନେପାଳ, ଶ୍ରୀଲଙ୍କା, ମିଆଁମାର, ପାକିସ୍ତାନ, ବାଲାଂଦେଶ, ଇଣ୍ଡୋନେସିଆ ।  ସମୁଦାୟ୧୦୭ ଦେଶ ମଧ୍ୟରେ ଭାରତ ୯୪ ତମ ସ୍ଥାନରେ ରହିଛି ।

ଗ୍ଳୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ୨୭.୨ ସ୍କୋର ରଖିଥିବା ଭାରତର କ୍ଷୁଧା ସ୍ଥିତି ଗମ୍ଭୀର। ଏବେ ବି ଲୋକ ଖାଇବାକୁ ନ ପାଇ ଭୋକିଲା ରହୁଛନ୍ତି। ଏହା ସହ ଭାରତର ୧୪ ପ୍ରତିଶତ ଜନସଂଖ୍ୟା କୁପୋଷଣ ଶିକାର। ଅର୍ଥାତ ଖାଦ୍ୟଭାବରୁ ଲୋକମାନେ କୁପୋଷଣ ଶିକାର ହେଉଛନ୍ତି।

ଗତଥର ୧୧୭ ଦେଶରେ ଭାରତର ସ୍ଥାନ ୧୦୨ରେ ଥିଲା। ଏଥର ହଙ୍ଗର ରିପୋର୍ଟର ବିଶେଷ କଥା ହେଉଛି ପୂର୍ବ ତୁଳନାରେ ସମୁଦାୟ ଦେଶ ସଂଖ୍ୟା ବି କମିଛି। ୨୦୧୫ରୁ ଯଦି ଭାରତର ରେକର୍ଡ ଦେଖାଯିବ ତାହେଲେ ଭାରତରେ କ୍ଷୁଧା ସଙ୍କଟ ସେମିତି ରହିଛି। ଭାରତରେ ପିଲାଙ୍କଠାରେ କୁପୋଷଣ ପରିସ୍ଥିତି ଅତ୍ୟନ୍ତ ଭୟାନକ।

ସୂଚନାଯୋଗ୍ୟ ଗ୍ଳୋବାଲ ହଙ୍ଗର ଇଣ୍ଡେକ୍ସରେ ଯେଉଁ ଦେଶର ସ୍କୋର ତଳେ ରହେ ସେମାନଙ୍କକୁ ଅଧିକ ରାକିଙ୍ଗ ମିଳିଥାଏ। ଆଉ ଯେଉଁମାନଙ୍କ ସ୍କୋର ଅଧିକ ଥାଏ ସେମାନଙ୍କୁ କମ୍ ରାକିଙ୍ଗ ମିଳିଥାଏ। ଏ ହିସାବରେ ଭାରତକୁ ଖରାପ ରାକିଙ୍ଗ ମିଳିଛି।

   Related Posts